କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ବଡ ପଦକ୍ଷେପ । ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ବାତିଲ କଲା ଭାରତ । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ ହେବ । ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି । ଏନେଇ ଭାରତ ସରକାର ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ଚିନ୍ତାରେ ବିଶ୍ୱ । ତେବେ ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲଡକାଉନ କଡାକଡି କରାଯାଇଛି । ଏହାପୂର୍ବରୁ ମଧ୍ୟ ନେଦରଲାଣ୍ଡ, ବେଲଜିୟମ ଓ ଜର୍ମାନୀ ବ୍ରିଟେନ ଓ ଆଫ୍ରିକାରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଛି ଭାରତ | ଆଜି କାନାଡା ଓ ବ୍ରିଟେନକୁ ଯିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରି ଦିଆଯାଇଛି ।
ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଣ୍ଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଥିଲା । ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସାମ୍ବାଦିକ ବାରମ୍ବାର ଏନେଇ ପ୍ରଶ୍ନ କରିବାରୁ ହର୍ଷବର୍ଦ୍ଧନ କହିଥିଲେ, ସରକାର ସଂପୂର୍ଣ୍ଣ ଭାବେ ସତର୍କ ଅଛନ୍ତି । ଏବଂ ସମସ୍ତ ପରିସ୍ଥିତିକୁ ନଜରରେ ରଖିଛନ୍ତି ।
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ବ୍ରିିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଏକ ସୁପର-ସ୍ପ୍ରେଡର । ବ୍ରିଟେନରୁ ସମସ୍ତ ବିମାନ ବନ୍ଦ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁ ଅପେକ୍ଷା ୭୦ ଗୁଣ ଅଧିକ ବେଗରେ ବ୍ୟାପି ପାରିବ ବୋଲି ଜଣାପଡିଛି ।