ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।ତେବେ ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆକାଶ ପାଠକ। ସେ କହିଛନ୍ତି ମୁଁ ସେମିତି କୌଣସି କଥା ମାନିନାହିଁ। କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଛନ୍ତି କି ପ୍ରଶ୍ନରେ ଆକାଶ ଏହି ପ୍ରତିକ୍ରିୟା ରଖିଛନ୍ତି।
ତେବେ ରିମାଣ୍ଡ ସମୟରେ ପାଠକ ଟାଟା କମ୍ପାନୀରେ ଏମଡି ନଥିବା କଥା ମାନିଥିଲେ। ଆଶାୟୀ ଚାକିରି ପ୍ରାର୍ଥୀ ଓ କମ୍ପାନୀଙ୍କୁ ଠାକହିବା ପ୍ରୟାସରେ ଟାଟା କମ୍ପାନୀର ଜିଏସ୍ଟି ନମ୍ବରକୁ ବ୍ୟବହାର କରିଥିଲା ଆକାଶ ପାଠକ। ଜେରା ବେଳେ ଆକାଶ ପାଠକ ନିକଟରୁ ସତ ଓଗାଳିଥିଲା ପୋଲିସ।ସେପଟେ ବେନାମୀ ଟଙ୍କା କାରବାର ନେଇ ଇଡି ଖୋଳତାଡ କରୁଥିବା ବେଳେ ଖୁବଶୀଘ୍ର ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯିବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି ।