କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ। ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି। ଏଥିସହିତ ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଅନୁଭବଙ୍କ ବିରୋଧରେ ଏତଲା କରିଥିଲେ।
ପାରିବାରିକ ବିବାଦକୁ ନେଇ ସାଂସଦ ଅନୁଭବଙ୍କ ପତ୍ନୀ ବର୍ଷା ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ କହିଛନ୍ତି ଯେ, ଗତ ରାତିରେ ରୁମରେ ଅନୁଭବ ତାଲା ପକାଇ ଦେଇଥିଲେ। ସେଥିପାଇଁ ରାସ୍ତାରେ ଘଣ୍ଟାଏ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି।
ବର୍ଷାଙ୍କ ଏପରି ଅଭିଯୋଗ ପାଇବା ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଥିଲା। ଅନୁଭବ ଓ ତାଙ୍କ ସହଯୋଗୀଙ୍କୁ ଏନେଇ ପୁଲିସ ପଚରାଉଚରା କରିଛି । ଦୁଇ ଦିନ ତଳେ ବର୍ଷା ଓ ଅନୁଭବଙ୍କ ଯୁକ୍ତିତର୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ନେଇ ପୁରୀଘାଟ ଥାନାରେ ବର୍ଷା ଅଭିଯୋଗ କରିଥିଲେ ।