Odia News Portal

ଚଳିତ ବର୍ଷଠାରୁ ଓଡିଆରେ ଉପଲବ୍ଧ ହେବ ଜେଇଇ ପ୍ରଶ୍ନପତ୍ର

ଛାତ୍ରଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ହେବ ଜେଇଇ ପରୀକ୍ଷା । ଚଳିତ ବର୍ଷଠାରୁ ଜେଇଇ ପ୍ରଶ୍ନପତ୍ର ଭାରତର ବିଭିନ୍ନ ଭାଷାରେ ଆସିବା ସହ ଓଡିଆରେ ମଧ୍ୟ ଉପଲବ୍ଧ ହେବ ।ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର କରିଥିବା ଅନୁରୋଧରେ ଡିଜି ଏନଟିଏ ସହମତି ପ୍ରକାଶ କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗତ ଡିସେମ୍ବର ୧୬ ତାରିଖରେ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବା ନେଇସୂଚନା ଦେଇଥିଲେ । ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜେଇଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ମୋଟ ୧୩ଟି ଭାଷାରେ ଅନୁଷ୍ଠିତ ହେବ ।

ଏହି ଭାଷା ଗୁଡ଼ିକ ମଧ୍ୟରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଆସାମୀ, ବଙ୍ଗାଳୀ, ଗୁଜୁରାଟି, କନ୍ନଡ, ମରାଠୀ, ମାଲାୟଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଧ୍ୱୁ ଭାଷାରେ ଭାଷାରେ ଜେଇଇ ଅନୁଷ୍ଠିତ ହେବ । ଏହା ବ୍ୟତୀତ ଫେବ୍ରୁଆରୀ ପରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହେବ ଓ ଛାତ୍ରଛାତ୍ରୀମାନେ ନିଜ ସୁବିଧା ଅନୁସାରେ ପରୀକ୍ଷାରେ ସାମିଲ ହୋଇ ପାରିବେ ।