ଭୁବନେଶ୍ୱର () ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍ ମୁଖ୍ୟ ଶାସନ ସଚିବ । ଗତମାସରେ ବୋର୍ଡ ବୈଠକରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥିବାବେଳେ କିଛି ଅଧିକାରୀ ତାଙ୍କୁ ଭୁଆଁ ବୁଲାଇ ଦେଇଛନ୍ତି । ମୁଖ୍ୟ ସଚିବଙ୍କ ନିଷ୍ପତ୍ତିକୁ ନିଜ ସ୍ୱାର୍ଥ ପାଇଁ ମୋଡି ମକଚି ଦେବା ସହିତ ଚଞ୍ଚକତା କରି ବୈଠକ ବିବରଣୀରୁ ଉଭାନ କରିଦେଇଛନ୍ତି । ବୋର୍ଡରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ବୋଡର଼୍ର ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠ୍ଠି୍ତ ହୋଇଥିଲା । ଏଥିରେ ବହୁ ସଂଖ୍ୟକ ପଦୋନ୍ନତି ସମ୍ବନ୍ଧୀୟ ପ୍ରସ୍ତାବ ମୁଖ୍ୟତଃ ବରିଷ୍ଟ ପରିବେଶ ବିଜ୍ଞାନିକ ଲେବୁଲ୍ ୧,ପ୍ରଶାସନିକ ଅଧିକାରୀ, ବରିଷ୍ଠ ସହାୟକ ଇତ୍ୟାଦି ପଦବୀକୁ ପଦୋନ୍ନତି ଦେବା ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ କାର୍ଯ୍ୟ ଅଭିଜ୍ଞତା ସମ୍ବନ୍ଧୀୟ ସର୍ତ୍ତକୁ କୋହଳ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବୋର୍ଡର ସର୍ଭିସରୁଲ ୨୦୧୧ ମସିହାରେ ପ୍ରଣୟନ ହୋଇଛି ଓ ଏହାର ସଠିକତା ପରୀକ୍ଷିତ ହେବା ପୂର୍ବରୁ ଏଥିରେ ବହୁ ମାତ୍ରାରେ ସଂଶୋଧନ ପାଇଁ ଏକ ର୍ନିଦ୍ଧିଷ୍ଟ ଗୋ ଉଦ୍ୟମ ଜାରି ରଖିଛନ୍ତି । ଉପରୋକ୍ତ ଅଭିଜ୍ଞତା ସମ୍ବନ୍ଧୀୟ ସର୍ତ୍ତକୁ କୋହଳ କରିବା ପ୍ରସ୍ତାବକୁ ଅଧ୍ୟକ୍ଷ ଗ୍ରହଣ ନକରି ଏଥିପାଇଁ ଉଦ୍ଧିଷ୍ଟ ଏକ କମିଟିକୁ ଏହାର ତର୍ଜମା କରିବା ଓ ନୀତି ଉପରେ ପର୍ଯ୍ୟବେସିତ ସୁପାରିଶକରି ବୋର୍ଡ ତଥା ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ନିଷ୍ପତ୍ତି କରିଥିଲେ ।
କିନ୍ତୁ ବୈଠକର ବିବରଣୀରେ ଏହାକୁ ଉଦେ୍ଧଶ୍ୟମୂଳକ ଭାବେ ଭୁଲ ଭାବେ ଲିପିବଦ୍ଧ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନର ଆବଶ୍ୟକତାକୁ ଦର୍ଶାଯାଇ ନାହିଁ ।
କାରଣ ଏହି ପ୍ରସ୍ତାବ ଗୁଡିକ ଅତ୍ୟନ୍ତ ଅଯୌକିକ ଓ ମୌଳିକ ଗତିରପରିପନ୍ଥୀ ଅଟେ । ସେହିପରି ଏକ ଇଲେକ୍ଟିକାଲ ଜେ.ଇ ପଦବୀ ସୃଷ୍ଟି କରିବାକୁ ରୋକ ଠୋକ ମନା କରିଥିଲେ ମଧ୍ୟ ଏହାକୁ ଭିନ୍ନ ଭାବରେ ଲିପିବଦ୍ଧ କରାଯାଇଛି ା ଏକ ପ୍ରିନ୍ସିପାଲ ପ୍ରାଇଭେଟ ସେକ୍ରେଟରୀ ପଦବୀ ସୃଷ୍ଟି ପାଇଁ ଅତି କଟୁ ମନ୍ତବ୍ୟ ଦେଇଥିବା ବେଳେ ଆଶ୍ୱର୍ଯ୍ୟଜନକ ଭାବେ ଏହା ବିବରଣୀରୁ ଉଭାନ ହୋଇଯାଇଛି । ସେହିପରି ବଦଳି ପ୍ରସଙ୍ଗରେ ଆଲୋଚନା ନିଜ ଆଡୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଆଞ୍ଚଳିକଞ୍ଚ କାର୍ଯ୍ୟାଳୟର କୌଣସି ଅଫିସର ସର୍ବାଧିକ ୩ ରୁ ୫ ବର୍ଷ କାର୍ଯ୍ୟ କରିବେ ଓ ତା ପରେ ବଦଳି କରାଯିବ ଓ ଏଥିପାଇଁ ଏକ ବଦଳି ନୀତି ତୁରନ୍ତପ୍ରଣୟନ କରି ଉପସ୍ଥାପନ କରିବାକୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ଏହି ୩ ରୁ ୫ ବର୍ଷ ସମ୍ବଳିତ ନିର୍ଦେଶ ଚତୁରତାର ସହ ବିବରଣୀରୁ ବାଦ୍ ଦିଆଯାଇଛି । କାରଣ ଦୀର୍ଘ ଦିନ ଧରି କ୍ଷମତା ଜାବୁଡି ଧରିଥିବା ଏକ ଶକ୍ତିଶାଳୀ ଗୋଷ୍ଠୀ ଏହାକୁ କୌଶଳକ୍ରମେ ସଦସ୍ୟ ସଚିବଙ୍କୁ ବୁଝାଇ ଦେଇଛନ୍ତି ।
ଏହି ସମସ୍ତ ବିଷୟର ସତ୍ୟତା ବୋର୍ଡ ର ଉପସ୍ଥିତ ସଦସ୍ୟଙ୍କ ଠାରୁ କିମ୍ବା ଏହାର ଭିଡ଼ିଓ ରେକର୍ଡରୁ ତଦାରଖ କରାଯାଇପାରେ । ଚର୍ଚ୍ଚାର ବିଷୟଟି ହେଲା ସତ୍ୟକୁ ଲୁ·ଇ ଓ ବିକୃତ କରି ଲିପିବଦ୍ଧ କରି ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନ କରାଇ ନେବାରେ କିଛି ଅଫିସର ଓ କର୍ମ·ରୀଙ୍କ ଦୁଃସାହାସ ଏକ ଉଦବେଗର ବିଷୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେଉଁ କମିଟି ଏହି ପଦୋନ୍ନତି ଓ ପଦବୀ ସୃଷ୍ଟି ପାଇଁ ସୁପାରିଶ କରିଛନ୍ତି ସେହି କମିଟିରେ ସହାୟକ
ପ୍ରଶାସନିକ ଅଧିକାରୀ ସଭ୍ୟ ଅଛନ୍ତି ଯିଏକି ନିଜର ପରବର୍ତ୍ତୀ ଉଚ୍ଚ ପଦବୀକୁ ପଦୋନତି ପାଇଁ ଆବଶ୍ୟକ ଅଭିଜ୍ଞତା ନ ଥିବାରୁ ଏହି ସର୍ତ୍ତକୁ କୋହଳ କରିବା ପାଇଁ ତଥା ତାହା ଉପରେ ଆହୁରି ଉଚ୍ଚ ପଦବୀ ଯଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ହେବା ପାଇଁ କକେବଳେ କୌଶଳେ ଚେଷ୍ଟା କରୁଛନ୍ତି ।
ଏପରି ବ୍ୟକ୍ତି ଯାହାର ସ୍ୱାର୍ଥ ପ୍ରତ୍ୟକ୍ଷଭାବେ ନିହିତ ସିଏ ପୁଣି କମିଟିରେ ସଦସ୍ୟ ରହି ନିଜ ଭାଗ୍ୟ ନିଜେ ର୍ନିଦ୍ଧାରଣ କରିବା ଯେତିକି ବେଆଇନ ସେତିକି ନୀତି ବିରୁଦ୍ଧ । ତେଣୁ ଏହାକୁ ନେଇ ବୋର୍ଡରେ ପ୍ରବଳ ଅସନ୍ତେଷ ଦେଖା ହେଇଛି ା ବୋର୍ଡ ବୈଠକର ବିବରଣୀରେ ଅନିୟମିତତା ପାଇଁ ଦାୟୀ ଥିବା ଏହି ବ୍ୟକ୍ତିଙ୍କ ଉପରେ ତଦନ୍ତ କରାଯାଉ ଓ କମିଟିରୁ ବହିଷ୍କାର କରାଯିବା ପାଇଁ ଦାବି କରିବା ସହ ଏହି କମିଟିରେ ଅର୍ଥ ବିଭାଗ, ବିଧି ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗର ଅଭିଜ୍ଞ ଅଧିକାରଙ୍କୁ ନେଇ ସମସ୍ୟାର ଦୀର୍ଘ କାଳିନ ସମାଧାନ କରିବା ପାଇଁ ଦାବୀ ହେଉଛି ।