ଭୁବନେଶ୍ୱର() ଏଣିକି କୌଣସି କ’ ଓ ‘ଖ’ ଶ୍ରେଣୀର କର୍ମ·ରୀଙ୍କର ଆବଶ୍ୟକ ପରିମାଣର ଚରିତ୍ର ପଞ୍ଜିକା ନ ମିଳିଲେ ତାଙ୍କ ପାଇଁ ପୂର୍ବପରି ପଦବୀ ସଂରକ୍ଷିତ ରଖାଯିବ ନାହିଁ । ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ସରକାରୀ କର୍ମ·ରୀଙ୍କ ଚରିତ୍ର ପଞ୍ଜିକା ନିୟମାବଳୀରେ ଏକ ସଂଶୋଧନ ଆଣି କହିଛନ୍ତି ଯେ ଉକ୍ତ ପଦବୀ ବିପକ୍ଷରେ ତାଙ୍କ କନିଷ୍ଟ କର୍ମ·ରୀଙ୍କୁ ପଦୋନ୍ନତି ଦିଆଯିବ ଓ ଯେବେ ସମ୍ପୃକ୍ତ କର୍ମଚାରୀଙ୍କର ଆବଶ୍ୟକ ପରିମାଣର ଚରିତ୍ର ପଞ୍ଜିକା ମିଳିବ, ସେହିବର୍ଷ ତାଙ୍କୁ ପଦୋନ୍ନତି ଦିଆଯିବ । ଏହାକୁ ନେଇ ସଚିବାଳୟ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିବା ସାଙ୍ଗକୁ ଏକ ପ୍ରକାର ଅଶାନ୍ତି ଦେଖା ଯାଇଛି ।
ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ବିଗତ ପାଞ୍ଚଞ୍ଚ ବର୍ଷର ଚରିତ୍ର ପଞ୍ଜିକା ଦରକାର ହୋଇଥାଏ । ଏଥି ମଧ୍ୟରୁ ଯେକୌଣସି ତିନି ବର୍ଷର ପଞ୍ଜିକା ନିତାନ୍ତ ଆବଶ୍ୟକ ହୋଇଥାଏ । କୌଣସି କର୍ମ·ରୀଙ୍କ କ୍ଷେତ୍ରରେ ଏପରି ପଞ୍ଜିକାର କିଛିକାଂଶରେ ଅଭାବ ରହିଲେ, ତାଙ୍କ ପଦୋନ୍ନତି ପ୍ରସଙ୍ଗକୁ ଘୁଞ୍ଚାଇ ଦିଆଯାଏ ଓ ତାଙ୍କ ପାଇଁ ପଦବୀ ସଂରକ୍ଷିତ ରଖାଯାଏ । ପରବର୍ତ୍ତୀ କାଳରେ ଆବଶ୍ୟକ ପଞ୍ଜିକା ଯୋଗାଡ କରାଯାଇ ପାରିଲେ, ତାଙ୍କ ପ୍ରସଙ୍ଗ ପୁଣି ବି·ର କରାଯାଏ ଏବଂ ସେ ଯୋଗ୍ୟ ବିବେଚିତ ହେଲେ ତାଙ୍କ କନିଷ୍ଟ ପଦୋନ୍ନତି ପାଇଥିବା ତାରିଖ ଠାରୁ ତାଙ୍କୁ ପଦୋନ୍ନତି ଦିଅ ।ଯାଇଥାଏ ।
ଏ ନିୟମକୁ ଅଗଷ୍ଟ ମାସର ସଂଶୋଧନରେ ଉଠାଇ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ପୂର୍ବ ପ୍ରଚଳିତ ଢାଞ୍ଚାରେ ପରିବର୍ତନ ଆଣି ୨୦୧୫-୨୦୧୬ ବର୍ଷ ଠାରୁ କ’ ଓ ଖ’ ଶ୍ରେଣୀର କର୍ମ·ରୀଙ୍କ ପାଇଁ ଏଚ. ଆର. ଏମ. ଏସ. ମାଧ୍ୟମରେ ଚରିତ୍ର ପଞ୍ଜିକା (ପାର) ଲିପିବଦ୍ଧ କରିବାକୁ ବାଧ୍ୟତା ମୂଳକ କରାଯାଇଛି । ତେଣୁ, ଯେଉଁ କର୍ମ·ରୀଙ୍କର ଆବଶ୍ୟକ ପରିମାଣର ପଞ୍ଜିକା ମିଳୁନାହିଁ, ତାଙ୍କର ସେ ପଞ୍ଜିକା ଆଉ ମିଳିବ ନାହିଁ । ଅର୍ଥାତ ସେ ଠିକ ସମୟରେ ଏଚ.ଅ ।ର.ଏମ.ଏସ. ମାଧ୍ୟମରେ ଚରିତ୍ର ପଞ୍ଜିକା (ପାର) ଲିପିବଦ୍ଧ ପାଇଁ ପଦକ୍ଷେପ ନେଇନାହାନ୍ତି । ଏଚ. ଅ ।ର. ଏମ. ଏସ. ମଧ୍ୟ ପିଛିଲା ତାରିଖରେ ପୂର୍ବବର୍ଷ ପାଇଁ ଚରିତ୍ର ପଞ୍ଜିକା ଲିପିବଦ୍ଧ ଗ୍ରହଣ କରିବ ନୟହିଁ । ଏପରି କ୍ଷେତ୍ରରେ ଉକ୍ତ କର୍ମଚାରୀଙ୍କ ପାଇଁ ପଦବୀ ସଂରକ୍ଷିତ ରଖିବାର କୌଣସି ଯଥାର୍ଥତା ନାହିଁ ।
କର୍ମ·ରୀଙ୍କ କହିବା ଅନୁଯାଇ, ଏହା ଫଳରେ ଏପରି କର୍ମ·ରୀଙ୍କ ପଦୋନ୍ନତି ପର ବର୍ଷକୁ ଘୁଞ୍ଚିଯିବ । ଯାହାର ଏକ ବର୍ଷର ପଞ୍ଜିକା ନାହିଁ , ତାଙ୍କର ଏକ ବର୍ଷ ଘୁଞ୍ଚିବା ବେଳେ, ଯାହାର ଦୁଇବର୍ଷର ଆବଶ୍ୟକ ତାଙ୍କର ଦୁଇ ବର୍ଷ ଘୁଞ୍ଚିଯିବ । ତା ସାଙ୍ଗକୁ ଏମାନେ ନିଜ ନିଜର କନିଷ୍ଟ ଠାରୁ କନିଷ୍ଟ ହୋଇଯିବେ । ଏପରି ନିୟମ କଲା ବେଳେ ସରକାର ଦେହ ଖରାପ ବା ଅନ୍ୟ କୌଣସି ସମସ୍ୟା ଯାହା ବ୍ୟକ୍ତିର କତ୍ତୃତ୍ୱର ବାହାରେ, ତାକୁ ବି·ରକୁ ନେଇ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଏହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି । କେବଳ ସେତିକି ନୁହେଁ , ର୍ନିମାଣ ବିଭାଗର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା ଅନୁଯାୟୀ – ୨୦୦୬ ବର୍ଷର ମାର୍ଗଦର୍ଶୀକାରେ ଥିବା ପ୍ରାବଧାନ ଅନୁସାରେ, ଯଦି କୌଣସି ଅଧିକାରୀ ଠିକ ସମୟରେ ଏଚ. ଆର. ଏମ. ଏସ. ମାଧ୍ୟମରେ ପାର ଲିପିବଦ୍ଧ ପାଇଁ ପଦକ୍ଷେପ ନେଇନାହାନ୍ତି, ସେ କ୍ଷେତ୍ରରେ ତାଙ୍କର ଦପ୍ତର ବା ଉପରିସ୍ଥ ଅଧିକାରୀ ସେଥିପାଇଁ ପଦକ୍ଷେପ ନେବେ ଓ ଉକ୍ତ ଅଧିକାରୀଙ୍କ ଚରିତ୍ର ପଞ୍ଜିକା ( ପାର) ସେହି ବର୍ଷ ପାଇଁ ଲିପିବଦ୍ଧ କରାଯିବ । ପ୍ରଶାସନର ସ୍ୱଛତା ଦୃଷ୍ଟିରୁ ଓ କର୍ମ·ରୀଙ୍କ ମଙ୍ଗଳ ପାଇଁ ଅଗଷ୍ଟ ମାସର ଏହି ସଂଶୋଧନକୁ ପ୍ରତ୍ୟାହାର କରିନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।