Odia News Portal

ସାନ ପୁଲିସ୍‍ଙ୍କ ଯୋଗୁଁ ବଡ ପୁଲିସଙ୍କ ବିରୁଦ୍ଧରେ ମାମଲା

ଭୁବନେଶ୍ୱର ()  କମିଶନରେଟ ପୁଲିସ୍‍ର ସାନ ବାବୁମାନଙ୍କ କାରନାମା ଯୋଗୁଁ ବଡ ବାବୁମାନେ ଏବେ ଅକଳରେ ପଡୁଛନ୍ତି । ଖାଲି ଅକଳରେ ପଡୁ ନାହାନ୍ତି ଅଦାଲତରେ ବି ସେମାନଙ୍କ ନାମରେ ମାଲି ମୋକଦ୍ଧମା ହେଲାଣି । ଆବେଦନକାରୀମାନେ ପୁଲିସ୍‍ ଡିଜିଙ୍କ ଠାରୁ ଆରମ୍ଭ କରି ଆଇଆଇସିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପକ୍ଷଭୁକ୍ତ କରୁଛନ୍ତି । ଏଭଳି ଏକ ଘଟଣା ଖୋଦ୍‍ ରାଜଧାନୀରେ ଦେଖା ଦେଇଛି । ସାଦା ପୋଷାରେ ପୁଲିସ୍‍ ଉଠାଇ ଆଣିଥିବା ତିନି ଜଣ ବ୍ୟକ୍ତିଙ୍କୁ ଅଧିକ ସମୟ ଥାନାରେ ଅଟକ ରଖିବା ଯୋଗୁଁ ନ୍ୟାୟ ପାଇବାପାଇଁ ସେମାନେ ପୁଲିସ୍‍ ମହାନିଦେ୍ର୍ଧଶକ, ପୁଲିସ୍‍ କମିଶନର, ଭୁବନେଶ୍ୱର ଡିସିପି, ଖଣ୍ଡଗିରି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରି ଭୁବନେଶ୍ୱର ଏସ୍‍ଡିଜେଏମ୍‍ଙ୍କ ଅଦାଲତରେ ମାମଲା ରୁଜୁ କରିଛନ୍ତି । ଅବଶ୍ୟ ଅଦାଲତର ଦ୍ୱାରସ୍ଥ ହେବାପରେ ଏହି ତିନିଜଣ ଥାନାରୁ ଛାଡ ପାଇଛନ୍ତି ।

ମାମଲାରୁ ପ୍ରକାଶ ଯେ ଖଣ୍ଡଗିରି ଛକରୁ ଗୋଟିଏ ଟ୍ରାକ୍ଟର ଚୋରି ହୋଇଥିଲା । ଏହି ଘଟଣାରେ ସାଦା ପୋଷାକଧାରୀ ପୁଲିସ୍‍ ଏହି ଥାନା ଅଧିନରେ ଥିବା କୋଚିଲା ମଠ ନିକଟରୁ ତିନି ଜଣ ଯୁବକଙ୍କୁ ଉଠାଇ ଆଣିଲେ । ତେବେ ଏମାନଙ୍କୁ କେଉଁ ଘଟଣାରେ ଥାନାକୁ ଅଣାଯାଇଛି କୁହାଗଲା ନାହିଁ । ନଭେମ୍ବର ୧ ତାରିଖରୁ ସେମାନଙ୍କୁ ଥାନାକୁ ଅଣାଯାଇଥିଲେ ମଧ୍ୟ ଦୁଇ ଦିନ ଧରି କୋର୍ଟ ଫରୱାର୍ଡ ହେଲାନାହିଁ କି ଛଡାଗଲା ନାହିଁ । ଫଳରେ ସେମାନେ ବରିÂ ଆଇନ୍‍ଜୀବୀ ସୁକାନ୍ତ କୁମାର ସାହୁଙ୍କ ଜରିଆରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ମାମଲାରେ ବଡ ପୁଲିସ୍‍ ବାବୁମାନଙ୍କୁ ପକ୍ଷଭୁକ୍ତ କରାଗଲା । ମାମଲାର ଗମ୍ଭୀରତାକୁ ଦେଖି ଅଦାଲତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ୪ତାରିଖ ସୁଦ୍ଧା ଅଦାଲତକୁ ଅବଗତ ପାଇଁ କହିଥିଲେ । ଅଦାଲତଙ୍କ ନିଦେ୍ର୍ଧଶ ପାଇବାପରେ କମିଶନରେଟ ପୁଲିସ୍‍ରେ ଧାଁ ଦଉଡ ଆରମ୍ଭ ହୋଇଥିଲା । ଖଣ୍ଡଗିରି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ ହୋଇଥିବାବେଳେ ବାସ୍ତବର କିନ୍ତୁ ଆବେଦନକାରୀମାନେ ଚନ୍ଦ୍ରଶେଖରପୁର ଥାନାରେ ଥିଲେ ।ଯେହେତୁ ସେମାନଙ୍କୁ ପୁଲିସ୍‍ ଖଣ୍ଡଗିରି ଥାନା ଇଲାକାରୁ ଉଠାଇଥିଲା ତେଣୁ ଖଣ୍ଡଗିରି ଥାନାରେ ରଖିଥିବ ଭାବି ସମ୍ପୃକ୍ତ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ପୁଲିସ୍‍ ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରି ଥାନାରୁ ଆବେଦନକାରୀମାନଙ୍କୁ ଛାଡ କରିଥିଲେ । ହେଲେ ଏବେ ପ୍ରଶ୍ନ ଉଠୁଛି ପୁଲିସ୍‍ ସନେ୍ଦହରେ ଉଠାଇନେବା ଓ ୨୪ଘଌକ୍ଷଗ୍ଧ;ାରୁ ଅଧିକ ସମୟ ଥାନାରେ ରଖିବା ଏବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି ।

ତଳିଆ କର୍ମଚାରୀମାନେ ଜାଣିଶୁଣି ଆଇନ୍‍କୁ ହାତକୁ ନେଉଥିବାରୁ ବଡ ଅଧିକାରୀମାନେ ବିନା ଦୋଷରେ କାଠଗଡାକୁ ଟଣାହେବା ଭଳିଅବସ୍ଥା ସୃଷ୍ଟି ହୋଇଛି । କାରଣ କୌଣସି ବ୍ୟକ୍ତିଙ୍କୁ ଥାନା ଭିତରେ ୨୪ଘଌକ୍ଷଗ୍ଧ;ାରୁ ଅଧିକ ସମୟ ରଖାଯିବା ଆଇନ୍‍ ବିରୁଦ୍ଧ କାର୍ଯ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏଭଳି ସ୍ଥିତିରେ କମିଶନରେଟ ପୁଲିସ୍‍ର  ତଳିଆ ବାବୁମାନେ କିଭଳି ଲୋକଙ୍କୁ ରାସ୍ତା ଘାଟରୁ ଉଠାଇ ଦିନ ଦିନ ଧରି ଥାନା ଭିତରେ ରଖୁଛନ୍ତି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଇନ୍‍ଜୀବୀ ଶ୍ରୀ ସାହୁ କହିଛନ୍ତି ଯେ ପୁଲିସ୍‍ ସନେ୍ଦହରେ ନେଉଥିବା ବ୍ୟକ୍ତିଙ୍କୁ ମାମଲା ସଂକ୍ରାନ୍ତରେ ପଚରା ଉଚୁରା କରି ଛାଡିଦେବା କଥା । ଯଦି
ନଛାଡିବ ତେବେ ୨୪ଘଌକ୍ଷଗ୍ଧ;ା ଭିତରେ କୋର୍ଟ ଫରୱାର୍ଡ କରିବାକଥା । ହେଲେ ତାହା ନକରି ତଳିଆ ପୁଲିସ୍‍ ବାବୁମାନେ ଏବେ ନିଜ ସହିତ ବରି ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପରିସ୍ଥିତି ସୃଷ୍ଟି କରିଛନ୍ତି ।