ଭୁବନେଶ୍ୱର() ଓଡ଼ିଶାରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି ।
ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ଶୀତ ଅଧିବେଶ ପରେ ଇ-ବିଧାନସଭା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଭିତ୍ତିଭୂମି କାମ ସରିଛି । ଏନେଇ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । ୬୦:୪୦ ଅନୁପାତରେ କେନ୍ଦ୍ର ସରକାର ଅନୁଦାନ ମଧ୍ୟ ପ୍ରଦାନ କରିବେ । ପ୍ରାଥମିକଭାବେ କେନ୍ଦ୍ର ୨୦ ପ୍ରତିଶତ ଅର୍ଥ ପ୍ରଦାନ କରିଛି ।
ବିଧାନସଭାର କର୍ମଚାରୀ ଓ ବିଧାୟକମାନଙ୍କୁ କମ୍ପୁ୍ୟଟର ଦିଆଯାଇଛି । ବିଧାନସଭାକୁ ପେପରଲେସ କରିବା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।