ଭୁବନେଶ୍ୱର() ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି । ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ । ଛାତ୍ର ଜଣକୁ ଅଜ୍ଞାତରେ ନୁହେଁ ଖଣ୍ଡଗିରି ଥାନାରେ ଜେରା କରାଯାଉଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ତେବେ ଅନାବଶ୍ୟକଭାବେ ଅଯଥା କଳ୍ପନାଜଳ୍ପନା ନକରିବାକୁ ସେ କହିଛନ୍ତି ।
ପ୍ରକାଶ ଯେ, ରାଜଧାନୀ ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ(ଏନଆଇଏ)ଜଣେ ଛାତ୍ରକୁ ଉଠାଇ ନେଇଥିବା ଜଣାଯାଇଛି । କୌଣସି ଏକ ଲିଙ୍କରେ ଏନଆଇଏ ସମ୍ପୃକ୍ତ ଛାତ୍ରକୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ପଚରାଉଚୁରା କରୁଛି । ଏନଆଇଏ ସକାଳ ୭ଟାରୁ ତାକୁ ଜେରା କରୁଥିବା ଜଣାଯାଇଛି ।