ଭୁବନେଶ୍ୱର() ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ନିଜର ବିବୃତି ରଖିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।
ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ । ନିଯୁକ୍ତି ରାଜ୍ୟପାଳ କରନ୍ତି, ସ୍ୱାୟତ୍ତତା ନଷ୍ଟ ହେଉନାହିଁ । ଅଧ୍ୟାପକ ନିଯୁକ୍ତି ଓପିଏସସି ଦ୍ୱାରା କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ । ସଂଶୋଧିତ ବିଲରେ ସିନେଟର ଉଚ୍ଛେଦ ଓ ସିଣ୍ଡିକେଟକୁ ମଜଭୂତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।