ଭୁବନେଶ୍ୱର() ଭୁବନେଶ୍ୱରରେ କରୋନା ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ନେଇ ବିଏମସି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ପରିପ୍ରେକ୍ଷୀରେ କୋଭିଡ ଦାୟିତ୍ୱରେ ଥିବା ଆଇଏଏସ ପାରୁଲ ପଟୱାରୀ କହିଛନ୍ତି ଯେ, ବ୍ୟାପକ ହେଲଥ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ ରେସପନ୍ସ ଟିମ ଗଠନ କରାଯାଇଛି । ଉକ୍ତ ଟିମ ବସ୍ତି ଓ ଅନ୍ୟାନ୍ୟ ହେଲଥ ସ୍କ୍ରିନିଂ କରିବ । ସେହିପରି ହୋମ ଆଇସୋଲେସନରେ ଥିବା ଘରୁ ବିଏମସି ପକ୍ଷରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ । କରୋନା ନିୟମ ମାନୁଛନ୍ତି କି ନାହିଁ, ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରହିବ । କରୋନା ନେଇ ସନେ୍ଦହ ହେଲେ ଲୋକେ ୧୯୨୯କୁ କଲ କରି ତଥ୍ୟ ଦେଇପାରିବେ ବୋଲି ସେ କହିଛନ୍ତି