ଭୁବନେଶ୍ୱର() ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେବଳ ବିଦ୍ୟାଶ୍ରୀ ନୁହନ୍ତି, ଆଦିତ୍ୟଙ୍କ ବାପା ଓ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ମାମଲାର ସିବିଆଇ ତଦନ୍ତ ଦାବିରେ ସମସ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ପ୍ରକାଶ ଯେ, ଆଦିତ୍ୟ ଦାଶ ମୃତୁ୍ୟ ମାମଲାର ତଦନ୍ତ ପ୍ରଥମେ ଜିଆରପି କରୁଥିବାବେଳେ ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି । ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନ ମୁତାବକ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ଆଜି ଆଦିତ୍ୟଙ୍କ ୩ ସହଯୋଗୀଙ୍କ ପଲିଗ୍ରାଫ ଟେଷ୍ଟ ଚାଲିଥିବା ଜଣାଯାଇଛି ।