Odia News Portal

ଆଜି ଗଣେଶ ଚତୁର୍ଥୀ, କରୋନା କଟକଣା ଯୋଗୁ ଘରେ ସୀମିତ ରହିବ ଚଳିତ ବର୍ଷର ପୂଜା

ଭୁବନେଶ୍ବର: ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନ, ଗଣପତିଙ୍କ ଆବାହନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଅଗ୍ରପୂଜ୍ୟଙ୍କ ଆବାହନରୁ ଆରମ୍ଭ ହେବ ପାର୍ବଣ ଋତୁ । ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଆରାଧନା କରିଥାନ୍ତି, ଗଜାନନ ତାଙ୍କର ସମସ୍ତ ବିଘ୍ନକୁ ଖଣ୍ଡନ କରିଥାନ୍ତି। ବିଶ୍ବରେ ମଧ୍ଯ ଭଗବାନ ଗଣେଶଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଇଥାଏ। ଯେପରି ଗଜାନନ, ବିଘ୍ନହର୍ତା, ଗଣପତି, ଏକଦନ୍ତ, ସିଦ୍ଧିବିନାୟକ, ଗଣେଶ ଏବଂ ଗୌରୀ ପୁତ୍ର ନାମରେ ଭକ୍ତମାନେ ଡାକ୍ତିଥାନ୍ତି।

ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଟ୍ବିଇନ ସିଟିରେ କ୍ଲବ, ମଣ୍ଡପ ଓ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ମନା । ଘରେ ସୀମିତ ରହିବ ଗଣେଶ ପୂଜା । ତେଣୁ ଘରେ ଘରେ ଚାଲିଛି ପ୍ରଭୁ ଗଜାନନଙ୍କ ପୂଜା। ଚଲିତବର୍ଷ ସର୍ବସାଧାରଣ ସ୍ଥାନରେ ହେବନି ଗଜାନନଙ୍କ ପୂଜା ।