Odia News Portal

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର() ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ । ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନେକ ବ୍ୟାଧିରୁ ମଣିଷକୁ ସୁସ୍ଥ କରାଇଥାଏ ତୁଳସୀ । ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଗବେଷକ ।

କରୋନାରୁ ରକ୍ଷା ପାଇବା ପାଇଁ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ ତୁଳସୀର ଅନେକ ଉପକାରୀତା ରହିଛି ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି । ସୋଆର ସେଂଟର ଫର୍ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଏବଂ ଏହାର ମାନବୃଦ୍ଧିକୁ
ନେଇ ଗବେଷଣା ଆରମ୍ଭ କରାଯାଇଛି । କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ତୁଳସୀ ସମ୍ବନ୍ଧୀୟ ଗବେଷଣା ଏବଂ ତୁଳସୀର ଜୈବିକ ଚାଷ ନିମନ୍ତେ ସୋଆର ସେଂଟର୍ ଫର୍ ବାୟୋଟେକ୍ନୋଲଜିକୁ ଏକ ବିଭାଗକୁ ପ୍ରୋଜେକ୍ଟ ପ୍ରଦାନ କରାଯାଇଥିବା ଓ ଏ ଦିଗରେ ଗବେଷଣା ମଧ୍ୟ ଆରମ୍ଭ କରାଯାଇଥିବା ବିଷୟରେ ବିଭାଗର ପ୍ରଫେସର ତଥା ପ୍ରୋଜେକ୍ଟ ଇନ୍ଭେଷ୍ଟିଗେଟର୍ ଡଃ ବାସୁଦେବ କର ସୂଚନା ଦେଇଛନ୍ତି ।

ତୁଳସୀ ଚାଷ ଦ୍ୱାରା ବିଭିନ୍ନ ରୋଗର ନିରାକରଣ ପାଇଁ ବାୟୋପେଷ୍ଟିସାଇଡ୍ସ ପ୍ରସ୍ତୁତ କରାଯିବା ସହ ତୁଳସୀରୁ ଔଷଧୀୟ ତେଲ ପ୍ରସ୍ତୁତ କରିବା ନିମନ୍ତେ ଗବେଷଣା କରାଯାଉଛି ବୋଲି ସେ କହିଛନ୍ତି । ତୁଳସୀ ପତ୍ରକୁ ଚୋବାଇ କିମ୍ବା ଅଦା ରସ ଓ ମହୁ ସହ ମିଶାଇ ବା ଏହାକୁ ଶିଝାଇ ସେବନ କରିବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ଏପରିକି ତୁଳସୀ ଗଛର ପ୍ରତ୍ୟେକ ଅଂଶକୁ ମଧ୍ୟ ନାନାଦି ଉପାୟରେ ଶରୀରର ହିତ ପାଇଁ ସେବନ କରାଯାଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ ଏ’ ଓ ବି’ ଏବଂ ଖଣିଜ ଦ୍ରବ୍ୟ ଯେପରିକି କ୍ୟାଲସିୟମ୍, ଜିଙ୍କ, ଲୋ÷ହ ଆଦି ରହିଥାଏ ଯାହା ଶରୀର ପାଇଁ ଉପକାରୀ ଏବଂ କରୋନାରୁ ମଧ୍ୟ ରକ୍ଷା କରିଥାଏ । ଏଥି ସହିତ କରୋନା ମହାମାରୀ ସମୟରେ ତୁଳସୀ ପତ୍ରରୁ କାଢ଼ା ପ୍ରସ୍ତୁତ କରି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢେ଼  ବୋଲି ମଧ୍ୟ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେଣୁ ଏହି ଗବେଷଣା ବେଶ ଉପକାରୀ ହେବ ବୋଲି ପ୍ରଫେସର କର କହିଛନ୍ତି । କେବଳ କରୋନା ମହାମାରୀ ମୁକାବିଲା ନୁହେଁ ଚାଷୀମାନଙ୍କୁ ଆତ୍ମନିର୍ଭର
କରାଇବା ନିମନ୍ତେ ଜୈବିକ ପଦ୍ଧତିରେ ତୁଳସୀ ଚାଷ ପାଇଁ ମଧ୍ୟ ସୋଆ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହା ଦ୍ୱାରା ଚାଷୀମାନେ କିପରି ପ୍ରତ୍ୟକ୍ଷ ଭାବେ ଅର୍ଥନୈତିକ ଲାଭ ପାଇପାରିବେ ସେ ନେଇ ଚାଷୀମାନଙ୍କୁ ଏହି ପ୍ରୋଜେକ୍ଟ ମାଧ୍ୟମରେ ତାଲିମ ଦିଆଯାଉଛି । ଏ ନେଇ ଚାଷୀମାନଙ୍କୁ ମାଗଣା ତୁଳସୀ ମଞ୍ଜି
ଏବଂ ତୈଳ ଉପôାଦନ ନିମନ୍ତେ ମେସିନ୍ ଓ ଅନ୍ୟାନ୍ୟ ଉପକରଣ ଏହି ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି ।

ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରପଡ଼ା, ଛତାବର ଓ ମେଣ୍ଢାଶାଳ ଭଳି ତିନୋଟି ଗ୍ରାମ ପଂଚାୟତରେ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଆରମ୍ଭ କରାଯାଇଛି ବୋଲି ଏହି ପ୍ରୋଜେକ୍ଟର ମୁଖ୍ୟ ଡଃ କର ସୂଚନା ଦେଇଛନ୍ତି । ତୁଳସୀର ଔଷଧୀୟ ଗୁଣ, ଏହାର ମାନବୃଦ୍ଧିକରଣ ଏବଂ ଜୈବିକ ପଦ୍ଧତିରେ ଚାଷ ଦ୍ୱାରା ଚାଷୀମାନଙ୍କୁ ଆତ୍ମନିର୍ଭର କରିବା ହିଁ ଏହି ପ୍ରୋଜେକ୍ଟର ମୂଳ ଉଦେ୍ଧଶ୍ୟ ବୋଲି ସେ କହିଛନ୍ତି । ଏହି ପ୍ରୋଜେକ୍ଟର କୃଷି ଉପେଦଷ୍ଟା ପ୍ରଫେସର ନିରଞ୍ଜନ ନାୟକ ଏବଂ ପ୍ରଫେସର କର ଗବେଷଣାରତ ଟିମ୍ର ସଂପୂର୍ଣ୍ଣ କାର୍ଯ୍ୟ ତଦାରଖ କରୁଛନ୍ତି । ଏହି କାର୍ଯ୍ୟ ସିବିଟିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକଙ୍କ ସହଯୋଗିତାରେ କରାଯାଉଛି । ଚାଷୀମାନଙ୍କ ଦ୍ୱାରା ପ୍ରଥମ ଉପôାଦିତ ତୁଳସୀ ପତ୍ରକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯାଇଥିବା ଡଃ କର ସୂଚନା ଦେଇଛନ୍ତି ।