ଭୁବନେଶ୍ବର() ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ହ୍ରାସ ପାଇ ଦଶ ଗ୍ରାମ ପ୍ରତି ୫୨,୦୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ଟଙ୍କା ରହିଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦଶ ଗ୍ରାମ ସୁନାଦର ୬୦ ହଜାର ଟଙ୍କାରୁ କମ୍ ରହିଛି । ଶୁକ୍ରବାର ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫, ୪୭୦ ଟଙ୍କା ଓ ୫୦, ୮୫୦ ଟଙ୍କାରେ ପହଞ୍ଚିଛି । ତେବେ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ସୁନାର ଦର କମିଯାଇଥିବା ଲକ୍ଷ୍ୟ କରାଯାଇଛି । ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୨୦୦୦ ଟଙ୍କା ଓ ୫୧୦୦୦ ଟଙ୍କାରେ ରହିଛି । ସେପଟେ ଦିଲ୍ଲୀରେ ସୁନାର ଦର ଯଥାକ୍ରମେ ୫୫, ୮୬୦ ଟଙ୍କା ଓ ୫୧, ୨୧୦ ଟଙ୍କା ରହିଥିବା ଜଣାପଡିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୫,୪୭୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ମୂଲ୍ୟ ୫୦,୮୫୦ ଟଙ୍କା ଓ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ଉଭୟର କ୍ୟାରେଟର ମୂଲ୍ୟ ଯଥାକ୍ରମେ ୫୫,୨୫୦ ଟଙ୍କା ଓ ୫୨,୫୩୦ ଟଙ୍କା ରହିଛି ।