Odia News Portal

ବେଦିରେ ବସିବେ ବିବାଦୀୟ ଅଭିନେତ୍ରୀ ରାନୀ

ଭୁବନେଶ୍ୱର : ବାଜିବ ସାହାନାଇ। ସେ ପିନ୍ଧିବେ ବଉଳ ପାଟ। ରିଲ୍‌ ନୁହେଁ ରିୟଲରେ ବିବାହ ବେଦିରେ ବସିବେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ଏକ ଭିଡ଼ିଓ ମାଧ୍ୟମରେ ସେ ଏହି କଥାର ଖୁଲାସା କରିଛନ୍ତି । ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କିଏ ସେହି ବ୍ୟକ୍ତି । ଯିଏ ହେବେ ରାନୀଙ୍କର ଜୀବନ ସାଥୀ। ଏବେ ଆପଣଙ୍କ ମନରେ ଏମିତି ପ୍ରଶ୍ନ ଉଙ୍କି ମାରୁଥିବ। ହେଲେ ଖୁବ୍‌ ଶୀଘ୍ର ଏହି କଥା ମଧ୍ୟ ସ୍ପଷ୍ଟ କରିବେ ବୋଲି ରାନୀ ନିଜେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ପୂର୍ବରୁ ରାନୀଙ୍କୁ ତାଙ୍କ ବିବାହ ନେଇ ଗଣମାଧ୍ୟମରେ ପଚରା ଯାଇଥିଲା। ହେଲେ ସେ ବାହା ହେବା ନାହିଁ ବୋଲି ମନା କରିଦେଇଥିଲେ। ଏବେ କିନ୍ତୁ ତାଙ୍କର ମନରେ ପରିବର୍ତ୍ତନ ହୋଇଛି।  ସେ ବାହା ହେବାକୁ ସଜବାଜ ହେଲେଣି । ଏ କଥା ଆମେ କହୁନୁ , ଖୋଦ୍‌ ନିଜେ ରାନୀ ପଣ୍ଡା କହୁଛନ୍ତି ।

ଏକ ଭିଡ଼ିଓ ସେୟାର କରି ସେ କହିଛନ୍ତି , “ମୁଁ ଅନେକ  କଷ୍ଟ ,ନିନ୍ଦା ଓ ଅପମାନ ସହି ସହି ଏବଂ ଓଡ଼ିଶାବାସୀଙ୍କ ତାଳି ଗାଳିକୁ ସାଥି କରି ଆଜି ମୁଁ ଏହି ଶୀର୍ଷ ପାହାଚରେ ପହଞ୍ଚିଛି ,ଯେଉଁଠି ଆଜି ସାରା ଓଡ଼ିଶାର ଲୋକଙ୍କ ପାଖରେ ରାନୀ ପଣ୍ଡା ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଆଉ ଏବେ ମୁଁ ବିବାହ କରୁଛି । କାହାକୁ ଓ କେବେ ବାହା ହେଉଛି , ପରେ ଆଉ ଏକ ଭିଡ଼ିଓରେ  ତାହା କହିବି । ”