କଟକ() କରୋନା ପାଇଁ ଦୀର୍ଘ ଦିନ ହେଲା ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବାରୁ ସେଗୁଡ଼ିକ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଥିବା ପୂଜକ ଓ ସେବାୟତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା ।
ତେବେ ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛନ୍ତି । କଣ୍ଟେନମେଣ୍ଟ ବାହାରେ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ପାଇଁ ହାଇକୋର୍ଟ କହିଛନ୍ତି । ଜଗନ୍ନାଥ ମନ୍ଦିର ସହ ଅନ୍ୟ ମନ୍ଦିର ଖୋଲିବା ଉପରେ ଆବେଦନର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି । ସବୁ ଧର୍ମାନୁଷ୍ଠାନ ଖୋଲିବା ଆବେଦନର ମଧ୍ୟ କୋର୍ଟ ଶୁଣାଣି କରିଛନ୍ତି ।