ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ବାପା ଜଗଦୀଶ ପଟାନିଙ୍କୁ କରୋନା। ଉତ୍ତରପ୍ରଦେଶ ପାଓ୍ବାର ଡିପାର୍ଟମେଣ୍ଟରେ ଭିଜିଲାନ୍ସ ୟୁନିଟର ୩ଜଣ ଅଫିସର କରୋନାରେ ସଂକ୍ରମିତ ହୋଇଛନ୍ତି। ସେହି ୩ଜଣ ଅଫିସରଙ୍କ ସହ ଦିଶା ପଟାନୀଙ୍କ ବାପା ସାମିଲ ଅଛନ୍ତି। ଏହି ସୂଚନା ଆଡିସନାଲ୍ ସିଏମଓ ଅଶୋକ କୁମାର ଦେଇଛନ୍ତି। ଅନ୍ୟପଟେ ଅଭିନେତ୍ରୀ ଟିମ୍ର ମୁଖପାତ୍ର ଏହି ସୂଚନା ଉପରେ ରୋକ୍ ଲଗାଇବା ସହିତ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି।
ଜଗଦୀଶ ପଟାନି ଏବଂ ବାକି ୨ଜଣ ଅଫିସରଙ୍କ କରୋନାରେ ସଂକ୍ରମିତ ହେବା ପରେ ଜୋନଲ୍ ଚିଫ ଇଞ୍ଜିନିୟର ଅଫିସକୁ ଆଗାମୀ ୪୮ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି। ଏହି ୩ଜଣ ଅଫିସର ଟ୍ରାନ୍ସଫର୍ମର ସ୍କାମର ଯାଞ୍ଚ କରୁଥିଲେ। ଦିଶା ପଟାନିଙ୍କ ବାପା ୟୁପି ପାଓ୍ବାର ଡିପାର୍ଟମେଣ୍ଟର ଭିଜିଲାନ୍ସ ୟୁନିଟର ଡେପୁଟି ଏସପି।
ଦିଶା ପାଟାନୀଙ୍କ ଟିମ୍ ଅଭିନେତ୍ରୀଙ୍କ ପିତାଙ୍କ ସହ ଜଡିତ ଖବରକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସେ ଭଲରେ ଅଛନ୍ତି। ଦିଶା ପାଟାନୀଙ୍କ ପିତା ଜଗଦୀଶ ପଟାନିଙ୍କର କରୋନା ପରୀକ୍ଷା କରାଯାଇଥିଲା, ସେତେବେଳେ ସେ ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା। ଏଥି ସହିତ ଆଡ଼ିସନାଲ୍ ସିଏମଓ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହେବା ପରେ ଜୋନାଲ ମୁଖ୍ୟ ଇଞ୍ଜିନିୟର କାର୍ଯ୍ୟାଳୟ ବନ୍ଦ କରାଯାଇଛି।