Odia News Portal

ଟେଷ୍ଟ୍ ସିରିଜ ଜିତିଲା ଇଂଲଣ୍ଡ

କୋଭିଡ୍-୧୯ ସମୟରେ ଚାଲିଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଇଂଲଣ୍ଡ (୨-୧) ଟେଷ୍ଟ୍ ସିରିଜ ଜିତି ନେଇଛି। ତୃତୀୟ ତଥା ଶେଷ ଟେଷ୍ଟରେ ୱେଷ୍ଟ୍ଇଣ୍ଡିଜ୍କୁ ୨୬୯ ରନରେ ହରାଇ ଜୋ ରୁଟଙ୍କ ଦଳ ମଧ୍ୟ ଶେଷ ୱିଜଡେନ୍ ଟ୍ରଫିକୁ ଜିତି ନେଇଛି। ଏଣିକି ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ଟ୍ରଫି ରିଚାର୍ଡସ-ବୋଥାମ୍ ନାମରେ ପ୍ରଦାନ କରାଯିବ।

କୋଭିଡ୍ ପରିସ୍ଥିତି କାରଣରୁ ଜୈବ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ଶେଷରେ ମଧ୍ୟ କୌଣସି ବଡ଼ ବିଜୟ ଉତ୍ସବ, ସାମ୍ପେନ୍ ସିଞ୍ଚନ, ଫଟୋ ସେସନ୍, ପ୍ରଶଂସକଙ୍କ ସହ ଅଟୋଗ୍ରାଫ, ସେଲଫି ଆଦିର ଦୃଶ୍ୟ ଦେଖିବାକୁ ମିଳିନାହିଁ। ଷ୍ଟୁଆର୍ଟ ବ୍ରଡ୍ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ରସ୍ତନ୍ ଚେଜଙ୍କ ସହ ମିଶି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।

ସ୍କୋର: ଇଂଲଣ୍ଡ ୩୬୯ ଏବଂ ୨୨୬/୨, ଘୋଷଣା। ୱେଷ୍ଟଇଣ୍ଡିଜ୍: ୧୯୭ ଏବଂ ୩୭.୧ ଓଭରରେ ୧୨୯ (ସାଇ ହୋପ୍-୩୧, ଜର୍ମାଇନ୍ ବ୍ଲାକଉଡ୍-୨୩, କ୍ରିସ୍ ୱକ୍ସ-୫/୫୦, ଷ୍ଟୁଆର୍ଟ ବ୍ରଡ୍-୪/୩୬।