Odia News Portal

ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର() ଚଳିତ ମାସର ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନେ ଦୁଇଦିନ ଭିତରେ ତାରିଖ ଧାର୍ଯ୍ୟ କରାଯିବ  । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋଡର଼୍ ସଭାପତି ରାମାଶିଷ ହାଜରା  ।

ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨ରେ ଶେଷ ହୋଇଥିଲା  । ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି  । ଦୁଇ ସପ୍ତାହ ତଳେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ହୋଇଥିଲା  । କରୋନା ପାଇଁ ଚଳିତ ବର୍ଷ ମୂଲ୍ୟାୟନରେ ବାଧା ସୃଷ୍ଟି ହେବାରୁ ପରୀକ୍ଷା ଫଳ ବିଳମ୍ବିତ ହୋଇଯାଇଛି  ।