ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ ।
ଏହା ଭିତରେ ଫୁଲବାଣୀ ଜିଲ୍ଲାର ଏକ ଥାନା ଏଏସଆଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମ୍ପୃକ୍ତ ଏଏସଆଇଙ୍କ ରିପୋର୍ଟ ପଜିଟିଭ ଜଣାପଡ଼ିବା ପରେ ଥାନର ଅନ୍ୟ ୨୫ ଜଣ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ସମ୍ପୃକ୍ତ ଥାନକୁ ସାନିଟାଇଜିଂ କରାଯାଇଥିବା ଜି.ଉଦୟଗିରି ଏସଡିପିଓ ସୂଚନା ଦେଇଛନ୍ତି ।