ଭୁବନେଶ୍ୱର () ଜୁଲାଇ ୧୭ ତାରିଖ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସୋଆ ବିଶ୍ୱବିଦ୍ୟାଳୟ ୧୪ ବର୍ଷରେ ପଦାର୍ପଣ କରିଛି । ୧୯୫୬ ମସିହା ୟୁଜିସି ଆକ୍ଟର ଧାରା ୩ ଅନୁଯାୟୀ ସୋଆ ବିଶ୍ୱବିଦ୍ୟାଳୟ ୨୦୦୭ ଜୁଲାଇ ୧୭ ତାରିଖ ଦିନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା । ଆଜି ଏହା ୧୪ ବର୍ଷରେ ପହଞ୍ଚିଛି ।
ଏହା ପୁର୍ବରୁ ୧୯୯୬ ମସିହାରେ ଭୁବନେଶ୍ୱର ଠାରେ ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ଉଦ୍ୟମରେ ପ୍ରଥମ ଇଞ୍ଜିନିୟରିଂ ( ଆଇଟିଇଆର) କଲେଜ ପ୍ରତିଷ୍ଠା ହୋଇଥିଲା । ଦୀର୍ଘ ୨୫ ବର୍ଷର ଜୟଯାତ୍ରାରେ ସୋଆ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିବା ସହିତ ଭାରତର ସବୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ୨୦ତମ ସ୍ଥାନରେ ସ୍ଥାନୀତ ହେବାର ଗୌରବ ହାସଲ କରିଛି ।