ଏଣିକି ଫୋନ ସହ ଆଉ ମିଳିବ ନାହିଁ ଚାର୍ଜର । ନୂଆ ମୋବାଇଲ ଫୋନ କିଣିବା ସମୟରେ ଏଣିକି ଗ୍ରାହକଙ୍କୁ ଚାର୍ଜ ପାଇଁ ଦେବାକୁ ପଡିପାରେ ଅତିରିକ୍ତ ଟଙ୍କା । ଏକଥା ଆମେ କହୁ ନାହିଁ ବରଂ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଜଣାପଡିଛି । ତେବେ ସ୍ମାର୍ଟଫୋନ ବକ୍ସରେ ଚାର୍ଜର ନଦେବାକୁ ଖୁବ୍ ଶିଘ୍ର ନିଷ୍ପତି ନେଇପାରେ ସାମସଙ୍ଗ କଂପାନୀ ।
ଦକ୍ଷିଣ କୋରିଆ ସ୍ମାର୍ଟଫୋନ ନିର୍ମାତା କଂପାନୀ ତଥା ସାମସଙ୍ଗ ନିଜ ସ୍ମାର୍ଟଫୋନ ବକ୍ସରେ ଚାର୍ଜର ନଦେବାକୁ ନିଷ୍ପତି ନେଇପାରେ ବୋଲି ଜଣାପଡିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ, ଆସନ୍ତା ବର୍ଷରୁ ମୋବାଇଲ କଂପାନୀମାନେ କିଛି ସ୍ମାର୍ଟଫୋନର ବକ୍ସ କଂପୋନେଟ୍ସରେ ଚାର୍ଜରକୁ ହଟାଇବାକୁ ଯୋଜନା କରୁଛନ୍ତି । ଆଉ ଯଦି ଏହି ନିଷ୍ପତି ଆଗଛୁ ବଢେ ତେବେ ସାମସଙ୍ଗ କଂପାନୀର ମୋବାଇଲ କିଣିଲେ ଆପଣଙ୍କୁ ଚାର୍ଜର ପାଇଁ ଅଲଗା ଟଙ୍କା ଦେବାକୁ ପଡିପାରେ ।
ପ୍ରତି ବର୍ଷ କୋଟିଏରୁ ଅଧିକ ଫୋନ ସାମସଙ୍ଗ କଂପାନୀ ବିକ୍ରି କରିଥାଏ । ଏଭଳି ପରିସ୍ଥିତିରେ ଯଦି ସାମସଙ୍ଗ ଅଧାରୁ ଅଧିକ ସ୍ମାର୍ଟଫୋନ ବକ୍ସରେ ଚାର୍ଜରକୁ ହଟାଇ ଦିଏ ତେବେ କଂପାନୀକୁ ବଡ ଧରଣର ଫାଇଦା ମିଳିବ । କାରଣ ଏହାଦ୍ୱାରା କଂପାନୀ ତାର ସ୍ମାର୍ଟଫୋନର ଦାମକୁ କମାଇ ଦେବ ଯାହା ଫଳରେ ଲୋକେ ସାମସଙ୍ଗ ଫୋନ କିଣିବାକୁ ଆଗ୍ରହ ପ୍ରକାଶ କରିବେ ।