Odia News Portal

ନ୍ୟୁହଲାଣ୍ଡ ଏଗ୍ରିକଲଚର ୧୨୫ ବର୍ଷରେ ପାଦଦେଲା

ଭୁବନେଶ୍ୱର : ନ୍ୟୁହଲାଣ୍ଡ ଏଗ୍ରିକଲଚର, ବିଶ୍ୱର ଅଗ୍ରଣୀ କୃଷି ଉପକରଣ ବ୍ରାଣ୍ଡ ୧୨୫ ବଷରେ ପାଦ ଦେଇଛି । ବିଶ୍ୱବ୍ୟାପୀ କୃଷକଙ୍କ ଜୀବନଶୈଳୀକୁ ନ୍ୟୁ ହଲାଣ୍ଡ ସହଜ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଫଳରେ କୃଷି ବ୍ୟବସାୟ ଦୀର୍ଘସ୍ଥାୟୀ ଏବଂ ପ୍ରଗତିଶୀଳ ହୋଇପାରିଛି । ନ୍ୟୁ ହଲାଣ୍ଡ କୃଷକଙ୍କ ଲାଗି ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଛି । ଏହା ଚାଷ ଉପକରଣ କ୍ଷେତ୍ରରେ ନବୀକରଣକୁ ପ୍ରାଧାନ୍ୟ ଜାରି ରଖିଛି ।

ଏହି ଅବସରରେ ନ୍ୟୁ ହଲାଣ୍ଡ ଏଗ୍ରିକଲଚରର ବ୍ରାଣ୍ଡ ସଭାପତି କାର୍ଲୋ ଲାମ୍ବ୍ରୋ କହିଲେ, କମ୍ପାନୀ ପେନସିଲଭାନିଆର ଛୋଟ ସହରରୁ ନିଜର ଅଭିଯାନ ଆରମ୍ଭ କରି ଇତିମଧ୍ୟରେ ସାରା ପୃଥିବୀରେ କାରବାର ଜାରି ରଖିବାକୁ ସକ୍ଷମ ହୋଇପାରିଛି । ଇତିମଧ୍ୟରେ ଏହା ୧୭୦ଟି ଦେଶରେ ନିଜର ଉପସ୍ଥିତି ଜାହିର କରିପାରିଛି । ଏହା ଫୋର୍ଡ, ଫିଆଟ୍‌, ବ୍ରାଉଡ୍ ଏବଂ କ୍ଲେୟ ଭଳି ବ୍ରାଣ୍ଡ୍‌ର ଅନନ୍ୟ କାର୍ଯ୍ୟ ଧାରାକୁ ଜାରି ରଖିପାରିଛି । ଫଳରେ ଏହାର ଗ୍ରାହକ, ବିତରକ, କର୍ମଚାରୀଙ୍କ ମଧ୍ୟରେ କମ୍ପାନୀର ଏହି ଧାରା ପ୍ରତିଫଳିତ ହେବାରେ ଲାଗିଛି । ପ୍ରତିଟି ସମୟରେ କମ୍ପାନୀ କୃଷକଙ୍କ ସହିତ ରହି ଆସିଛି । ଅଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ।

ଖାଦ୍ୟ ଉତ୍ପାଦନକାରୀ ଭାବେ କୃଷକଙ୍କର ଗୁରୁତ୍ୱ ରହିଛି । ଏପରିସ୍ଥଳେ ନ୍ୟୁ ହଲାଣ୍ଡ ସବୁବେଳେ କୃଷକଙ୍କୁ ସମର୍ଥନ କରିଛି । ଇତି ମଧ୍ୟରେ କମ୍ପାନୀ ୧୨୫ ବର୍ଷ ପୂରଣ କରିଛି । କମ୍ପାନୀର କାର୍ଯ୍ୟ ଧାରା ଆଗାମୀ ସମୟରେ ମଧ୍ୟ ଅବ୍ୟାହତ ରହିବ ।

୧୮୮୫ରେ ପେନସିଲ୍‌ଭାନିଆରେ ଆବେ ଜିମରମ୍ୟାନ୍‌ଙ୍କ ଦ୍ୱାରା ଛୋଟ ଯନ୍ତ୍ରାଶଂ ଉତ୍ପାଦନକାରୀ କମ୍ପାନୀ ସ୍ଥାପିତ ହୋଇଥିଲା । ପରବର୍ତୀ ସମୟରେ ହେନେରି ଫୋର୍ଡ । ଏହାକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଭାବେ ପରିଚିତି କରାଇ ଥିଲେ । ୧୯୧୭ରେ ଏହା ପ୍ରଥମ ଟ୍ରାକ୍ଟର ନିର୍ମାଣ କରିଥିଲା । ଜିଓଭାନି ଆଜେନେଲି ୧୯୧୮ରେ ପ୍ରଥମ ଫିଆଟ୍ ଟ୍ରାକ୍ଟର ନିର୍ମାଣ କରିଥିଲେ । ପରେ ୧୯୫୨ରେ ଲିଓନ କ୍ଲେୟ କୃଷକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଲ୍ଫ୍ ପ୍ରୋପେଲ୍ଡ୍ ହାର୍ଭେଷ୍ଟର ନିର୍ମାଣ କରାଇଥିଲେ ।

ଇତିମଧ୍ୟରେ ନ୍ୟୁ ହଲାଣ୍ଡର ବିଶ୍ୱବ୍ୟାପୀ ୨,୦୦୦ ବିତରକ ଏବଂ ୫,୦୦୦ ଟଚ୍ ପଏଂଟ୍ ରହିଛି । କମ୍ପାନୀ ନବୀକରଣ ଏବଂ କୃଷକଙ୍କ ଜୀବନଜୀବିକା ବିକାଶକୁ ଗୁରୁତ୍ୱ ଦେବା ଧାରା ଜାରି ରଖିଛି । କମ୍ପାନୀ ଡିଜିଟାଲାଇଜେଶନ୍‌, କନେକ୍ଟିଭିଟି, ଅଟୋମେଶନ, ସର୍ଭିଟାଇଜେଶନ, ଅଲଟରନେଟିଭ୍ ପ୍ରୋପୁଲଶନକୁ ଗୁରୁତ୍ୱ ଦେଇଥାଏ । ଏହା ଡିଜିଟାଇଜେଶନ ଅନ୍ତର୍ଗତ ପ୍ରଥମ କରି ପିଏଲ୍‌ଏମ୍ ସମାଧାନ ଉପଲବ୍ଧ କରାଇପାରିଛି । ନ୍ୟୁ ହଲାଣ୍ଡ୍ ବିକଶିତ ଜ୍ଞାନକୌଶଳ ଆଧାରରେ ଶ୍ରେଷ୍ଠ ଜୀବନଜୀବିକା ବିକାଶ ଏବଂ କ୍ଲିନ୍ ଏନର୍ଜି ରଣନୀତି ନେଇ କାର୍ଯ୍ୟ ଜାରି ରଖିଛି ।