ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ରହିଛି । ଏହି ନୟନ ସାହାଯ୍ୟରେ ସେ ସବୁକିଛି ଦେଖି ପାରନ୍ତି ଯାହା ଅନ୍ୟ ଦୁଇ ନୟନରେ ଦେଖି ନ ଥାନ୍ତି । ସେ ଯେତେବେଳେ ତୃତୀୟ ନୟନ ଖୋଲାଣି ସେତେବେଳେ ବହୁତ ଅଧିକ ଉର୍ଜା ପ୍ରକଟିତ ହୋଇଥାଏ । ତୃତୀୟ ନୟନ ଖୋଲିଲେ ତାଙ୍କୁ ସାରା ବ୍ରହ୍ମାଣ୍ଡ ସଫା ନଜର ଆସିଥାଏ ।
ଶିବଙ୍କ ୩ଟି ନେତ୍ରର ଅଲଗା ଅଲଗା ଗୁଣ ରହିଛି । ଡାହାଣ ନେତ୍ର ସତ୍ଵଗୁଣ, ବାମ ନେତ୍ର ରଜୋଗୁଣ, ତୃତୀୟ ନେତ୍ର ତମୋଗୁଣ ସମ୍ପର୍ଣ୍ଣ । ଶିବଙ୍କୁ ତ୍ରିନେତ୍ରଧାରୀ ମଧ୍ୟ କୁହାଯାଏ । ଶିବଙ୍କ ଗୋଟିଏ ନେତ୍ରରେ ଚନ୍ଦ୍ରମା ଓ ଅନ୍ୟଟିରେ ସୂର୍ୟ୍ୟଙ୍କ ବାସ ରହିଛି । ତୃତୀୟ ନେତ୍ରକୁ ବିବେକ ବୋଲି କୁହାଯାଏ । ଶିବଙ୍କ ତୃତୀୟ ନେତ୍ରର ତାଙ୍କର ବିଶେଷ ପରିଚୟ ।
ଶିବଙ୍କୁ ତୃତୀୟ ନୟନ କିଭଳି ମିଳିଛି ତାହା ମହାଭାରତ ଷଷ୍ଠ ଖଣ୍ଡ ଅନୁଶାସନ ପର୍ବରେ ଉଲ୍ଲେଖ ରହିଛି । ପୌରାଣିକ କଥା ଅନୁସାରେ, ଥରେ ନାରଦ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ କହିଛନ୍ତି ଯେଉଁଥିରେ ତ୍ରିନେତ୍ରର ରହସ୍ୟ ଲୁଚି ରହିଛି । ନାରଦ କହିଛନ୍ତି ଯେ, ଥରେ ହିମାଳୟରେ ଏକ ସଭା କରୁଥିଲେ ଯେଉଁଥିରେ ସମସ୍ତ ଦେବାଦେବୀ, ଋଷି-ମୁନି ଓ ଜ୍ଞାନୀଜନ ଉପସ୍ଥିତ ଥିଲେ । ସେତେବେଳେ ମାତା ପାର୍ବତୀ ଆସି ନିଜ ଦୁଇ ହାତରେ ଶିବଙ୍କ ଦୁଇ ଆଖିକୁ ବନ୍ଦ କରିଦେଇଥିଲେ । ମାତା ପାର୍ବତୀ ଶିବଙ୍କ ଆଖିକୁ ଘୋଡେ଼ଇବା ଖଣି ସାରା ସଂସାରରେ ଅନ୍ଧାର ଛାଇଗଲା । ସୂର୍ୟ୍ୟଦେବଙ୍କ କୌଣସି ଅସ୍ତିତ୍ବ ନଥିବା ଭଳି ପ୍ରତୀତ ହୋଇଥିଲା । ଏହାପରେ ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଜୀବନ ପାଇଁ ସମସ୍ତେ ସଂଗ୍ରାମ କଲାଭଳି ସ୍ଥିତି ଉପୁଜିଥିଲା । ଭଗବାନ ଶିବ ଏହି ଦୃଶ୍ୟ ସହ୍ୟ କରିପାରିଲେନି । ସେ ନିଜ ମଥାରେ ଏକ ଜ୍ୟୋତିପୁଞ୍ଜ ପ୍ରକଟ କଲେ ଯାହା ଶିବଙ୍କ ତୃତୀୟ ନେତ୍ର ଭାବେ ପ୍ରକଟିତ । ମାତା ପାର୍ବତୀ ପଚାରିବାରୁ ସେ କହିଥିଲେ ଯଦି ସେ ଏଭଳି କରିନଥାନ୍ତେ ତାହେଲେ ସୃଷ୍ଟିର ବିନାଶ ହୋଇଥାନ୍ତା କାରଣ ତାଙ୍କ ଆଖି ହିଁ ଜଗତ ପାଳନକର୍ତ୍ତା ।