Odia News Portal

ଶସ୍ତା ହେଲା ସୁନା-ରୂପା, ଆସନ୍ତୁ ଜାଣିବା କେତେ ରହିଛି

ନୂଆଦିଲ୍ଲୀ : ସର୍ରୋଫା ବଜାରରେ ଶୁକ୍ରବାର ସୁନା-ରୂପା ଦାମ୍ ଜାରି ହୋଇଛି । ସୁନା ଦାମ୍ ୨୩୭ ଟଙ୍କା ପ୍ରତି ୧୦ ଗ୍ରାମ ବଢିଛି । ସେହିଭଳି ରୂପା ଦାମ୍ ୭୪୦ ଟଙ୍କା ପ୍ରତି କିଲୋଗ୍ରାମ ଶସ୍ତା ହୋଇଛି ।

ସୁନାର ନୂଆ ଦାମ୍-ଏଚଡିଏଫସି ସିକ୍ୟେରିଟିଜ୍ ଅନୁସାରେ ଆଜି ଦିଲ୍ଲୀ ସର୍ରୋଫା ବଜାରରେ ୨୩୭ ଟଙ୍କା ପ୍ରତି ୧୦ ଗ୍ରାମ ବୃଦ୍ଧି ପାଇ ୪୯,୦୨୨ ସ୍ତରରେ ପହଞ୍ଚି ଯାଇଛି । ଏହା ପୂର୍ବରୁ ଗୁରୁବାର ୪୮,୭୮୫ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ଅନ୍ତର୍ଜାତୀୟ ମାର୍କେଟରେ ଗୋଲ୍ଡର ନୂଆ ଦାମ୍ ୧୭୭୪ ଡଲାର୍ ପ୍ରତି ଆଉନ୍ସରେ ରହିଛି ।

ରୂପାର ନୂଆ ଦାମ୍
ଏହି ପ୍ରକାରେ ରୂପାର ନୂଆ ଦାମ୍ ୭୪୦ ଟଙ୍କା ପ୍ରତି କିଲୋଗ୍ରାମ ଶସ୍ତା ହୋଇଯାଇଛି । ଏହା ପରେ ନୂଆ ଦାମ୍ ୪୯,୦୬୦ ଟଙ୍କା ସ୍ତରରେ ରହିଛି । ଏହା ପୂର୍ବରୁ ଗୁରୁବାର ଏହି ଦାମ୍ ୪୯,୮୦୦ ଟଙ୍କା ପ୍ରତି କିଲୋଗ୍ରାମରେ ଥିଲା । କିନ୍ତୁ ଅନ୍ତର୍ଜାତୀୟ ମାର୍କେଟ୍ ଫ୍ଲାଟ୍ କାରବାର ଦେଖିବାକୁ ମିଳିଥିଲା । ଏହା ପରେ ରୂପାର ନୂଆ ଦାମ୍ ୧୭.୯୯ ଡଲାର୍ ପ୍ରତି ଆଉନ୍ସ ରହିଥିଲା ।

ଆର୍ଥିକ ଅନିଶ୍ଚିତତା ଯୋଗୁଁ ଗୋଲ୍ଡକୁ ସପୋର୍ଟ ମିଳିଲା
ଏହି ମାମଲାରେ ଜଡିତ ଜଣେ ଏକ୍ସପର୍ଟଙ୍କ କହିବାନୁସାରେ ଅନ୍ତର୍ଜାତୀୟ ମୁଦ୍ରା କୋଷ(IMF) ବୈଶିକ ଗ୍ରୋଥର ଅନୁମାନ ହ୍ରାସ ପାଇଛି ଏବଂ କହିଛନ୍ତି କି ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥାର ଅବସ୍ଥା ବହୁତ ଖରାପ ଓ ଚିନ୍ତାଜନକ ହେବ । ଆଇଏମଏଫର ଅନୁମାନ ଅନୁସାରେ ୨୦୨୦ରେ ବୈଶିକ ଅର୍ଥବ୍ୟବସ୍ଥାରେ ୪.୯ ପ୍ରତିଶତ ହ୍ରାସ ଆସିବ । ଏହି କାରଣ ଯେ ସୁନାର ଦାମରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି ।