ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ପରେ ସବୁ ସର୍କଲରେ ମେଣ୍ଟାଲ ହେଲଥ୍କୁ ନେଇ ଚର୍ଚ୍ଚା ଥିଲା । ରବିନ୍ ଉଥପ୍ପା ଓ ମହମ୍ମଦ ଶାମୀ ମଧ୍ୟ ଏହି ଖୁଲାସା କରିଥିଲେ କି କେମିତି ସେମାନେ ଆତ୍ମହତ୍ୟା କରିବାକୁ ଚାହିଁଥିଲେ । କିନ୍ତୁ ସେ ଏଥିରୁ ବାହାରି ପାରିଥିଲେ । ଏବେ ପ୍ରଥମେ ଆଜୀବନ ଓ ପରେ ସାତ ବର୍ଷର ପ୍ରତିବନ୍ଧକରେ ଘାଣ୍ଟି ହେବା ପରେ ଦ୍ରୁତ ବୋଲର ଶ୍ରାସନ୍ଥ ନିଜର ହୃଦୟର ସେହି ଯନ୍ତ୍ରଣାକୁ ପ୍ରକାଶ କରିଛନ୍ତି ।
ଶ୍ରୀସନ୍ଥ କହିଥିଲେ କି ସେ ମଧ୍ୟ ଡିପ୍ରେସନ ଓ ଆତ୍ମହତ୍ୟା କରିବା ଭଳି ବିଚାର ଭାବର ସାମନା କରିଥିଲେ । ଶ୍ରୀସନ୍ଥ ୨୦୧୩ରେ ଆଇପିଏଲ୍ରେ ଷ୍ପଟ୍ ଫିକ୍ସିଂ ଅଭିଯୋଗରେ ଧରାପଡ଼ିଥିଲେ । ତାଙ୍କୁ ଜେଲ୍ରେ ମଧ୍ୟ ଦିନ ବିତାଇବାକୁ ପଡ଼ିଥିଲା । ପରେ ବିସିସିଆଇ ତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା । ଯାହାକୁ ସୁପ୍ରିମ୍କୋର୍ଟ ହଟାଇ ୭ବର୍ଷ କରିଥିଲା । ଏହି ନିକଟରେ ତାଙ୍କର ରାଜ୍ୟ କେରଳ ତାଙ୍କୁ ରାଜ୍ୟର ରଣଜୀ ଟ୍ରଫି ଟିମ୍ରେ ସାମିଲ କରିଛି ।
ଏକ ଖବର କାଗଜ ସହ କଥାବାର୍ତ୍ତାରେ ଶ୍ରୀସନ୍ଥ ସେହି ମୁସ୍କିଲ୍ ସମୟର କଥାକୁ ସାମନାକୁ ଆଣି କହିଛନ୍ତି , ତାହା ଏମିତି ସମୟ ଥିଲା ମୋତେ ଅନ୍ଧାରକୁ ବି ଦେଖି ଡ଼ର ଲାଗୁଥିଲା । ମୁଁ ନିଜ ଘରୁ ବାହାରକୁ ବାହାରି ପାରୁନଥିଲି , ନା ମୋ ପରିବାରର କେଉଁ ଲୋକକୁ ବାହାରକୁ ଯିବାକୁ ଦେଉଥିଲି । କାରଣ ମୋତେ ଡ଼ର ଥିଲା କି ତାଙ୍କର ଅପହରଣ ହୋଇଯିବ । ମୁଁ ସେହି ସମୟରେ ବହୁତ ଡିପ୍ରେସନରେ ଥିଲି ।
ଶ୍ରୀସନ୍ଥ କହିଛନ୍ତି, ଏସବୁ ବିଚାର ମୋତେ ମୁଁ ଘର ଭିତରେ ଏକା ଥିବା ବେଳେ ଆସୁଥିଲା । କିନ୍ତୁ ମୁଁ ସେହି ଘର ଛାଡ଼ି ପାରୁନଥିଲି । ତାହା ମୋ ବାପା-ମାଆଙ୍କ ପାଇ ବହନ କରିବା ମୁସ୍କିଲ ଥିଲା । ମୁଁ ତାଙ୍କୁ ମୋ ଦୃର୍ବଳତା ନଦେଖେଇବାକୁ ଚାହୁଁଥିଲି । ଆଉ ଉପରେ ଉପରେ ଭଲ ଥିବା ଭଳି ହସି ଦେଉଥିଲି । ମୁଁ ପୁରା ଦିନ ଏହା ଭାବି କାନ୍ଦୁଥିଲି କି , ମୋର ଭୁଲ୍ କଣ ରହିଲା । ମୋ ସହ କଣ ଏମିତି ହେଲା । ମୁଁ ଏମିତି ଏକ ଜୀବନ ଜିଇଁଥିଲି , ସେଥିରୁ ବାହାରିବା ବହୁତ କଠିନ ଥିଲା ।
ଆତ୍ମହତ୍ୟା ବିଚାର ଉପରେ ପ୍ରଶ୍ନରେ ଶ୍ରୀସନ୍ଥ କହିଛନ୍ତି , ଏହା ଏକ ଏମିତି କଥା ଥିଲା ୨୦୧୩ରେ ଲଗାତାର ମନରେ ଏମିତି ଭାବନା ଆସୁଥିଲା । କିନ୍ତୁ ମୋ ପରିବାର ମୋର ଯତ୍ନ ନେଉଥିଲେ । ମୋତେ ମୋ ପରିବାର ପାଇଁ ଶକ୍ତ ହେବାକୁ ପଡ଼ିଥିଲା । କାରଣ ମୋ ପରିବାରକୁ ମୋର ଆବଶ୍ୟକତା ଥିଲା ।
ଶ୍ରୀସନ୍ଥ କହିଛନ୍ତି ଏହା ହିଁ କାରଣ କି ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ଖବର ମୋତେ ବହୁତ ପ୍ରଭାବିତ କରିଥିଲା । ସୁଶାନ୍ତ ସିଂହ ମୋ ଭଲ ବନ୍ଧୁ ଥିଲେ । ମୁଁ ବି ଆତ୍ମହତ୍ୟା କରିବାକୁ ଚାହିଁଥିଲି , ହେଲେ ସେଥିରୁ ନିବୃତ୍ତ ହେବାରେ ସଫଳ ହୋଇପାରିଥିଲି । କାରଣ ମୁଁ ଜାଣିପାରିଥିଲି , ମୋ ଅନୁପସ୍ଥିତିରେ ଘର ଲୋକ କେତେ ଅସୁବିଧାରେ ପଡ଼ିବେ ।