Odia News Portal

ଏଟିଏମ୍‌ରୁ ଟଙ୍କା ଉଠାଣର ଆସିଲା ନୂଆ ନିୟମ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌ରୁ ଟଙ୍କା ଉଠାଣକୁ ନେଇ ଏକ ନୂଆ ନିୟମ ଲାଗୁ କରିଛି । ବର୍ତ୍ତମାନ ୫ ହଜାରରୁ ଅଧିକ ଟଙ୍କା ଉଠାଣରେ ଲାଗିବ ସର୍ଭିସ୍‌ ଚାର୍ଜ । ଆରଟିଆଇ ମାଧ୍ୟମରେ ଏହି ତଥ୍ୟ ପ୍ରକାଶିତ ହୋଇଛି ।

୨୦୧୯ ଅକ୍ଟୋବର ୨୨ରେ ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନର କମିଟି ସ୍ଥିର କରିଥିଲା କି ଏଟିଏମ୍‌ ଉଠାଣରେ ୫୦୦୦ରୁ ଅଧିକ ଟଙ୍କାରେ ଗ୍ରାହକଙ୍କ ଠାରୁ ଚାର୍ଡ ଲାଗିବ । ଏହି ରିପୋର୍ଟ ଆରବିଆଇକୁ ଦିଆଯାଇଥିଲା । ଏହାର ପ୍ରମୁଖ କାରଣ ଥିଲା  ଏଟିଆମ୍‌ରୁ ଉଠାଣ ହ୍ରାସ କରାଯାଇ ପାରିବ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏଟିଏମ ଅପରେଟିଂରେ ଅଧିକ ଖର୍ଚ୍ଚ ହେଉଛି । ଗ୍ରାହକଙ୍କ ଏଟିଏମ ଉପଯୋଗ ଉପରେ ଇଣ୍ଟରଚେଞ୍ଜ୍  ଫିସକୁ ୨୦୧୨ ପରେ ଆଉ ସମୀକ୍ଷା କରାଯାଇ ନାହିଁ । କମିଟି ବିଶେଷ ଭାବେ ସେମି ଅର୍ବାନ ଓ ଗ୍ରାମାଞ୍ଚଳରେ ଏଟିଏମ ନଥିବା ହେତୁ ଚିନ୍ତା ପ୍ରକଟ କରିଥିଲା ।

ଏଟିଏମ ଚାର୍ଜର ଗଣନାରେ ଜନସଂଖ୍ୟା ମାଟ୍ରିକ୍ ପ୍ରୟୋଗ କରାଯିବ । ଏହାସହ ୧୦ ଲକ୍ଷରୁ କମ ଜନସଂଖ୍ୟା ଥିବା ସ୍ଥାନରେ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟା ୫ରୁ ୬କୁ ବୃଦ୍ଧି କରାଯିବ । ଏହାକୁ ପ୍ରତି ୬ ମାସରେ ସମୀକ୍ଷା କରାଯିବ ।