ମୁମ୍ବାଇ : ହଲିଉଡ୍ ଷ୍ଟାର ତିମୋଥି ଚାଲାମେଟ୍ଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା ପାଣ୍ଡେ । ତାଙ୍କ ବେଷ୍ଟି ସନାୟା କପୁର ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଏହା ପ୍ରଘଟ କରିଛନ୍ତି । ସନାୟା ଅନନ୍ୟାଙ୍କ ଏକ ମିରର୍ ସେଲ୍ଫି କୋଲାଜ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖାହୋଇଛି, ମୁଁ ତିମୋଥି ଚାଲାମେଟ୍ଙ୍କ ପ୍ରେମରେ ଅଛି ଏବଂ ମୋ ମନ ପରିବର୍ତ୍ତନ କରାଯାଇପାରିବ ନାହିଁ ।
ଏହି କୋଲାଜ୍ରେ ଆଉ ଏକ ମେସେଜ୍ରେ ସନାୟା ଲେଖିଛନ୍ତି, ଶୁଭରାତ୍ରି । ଆମେରିକାନ୍ କଣ୍ଠଶିଳ୍ପୀ ବିଲି ଇଲିସ୍ଙ୍କ ଗୀତ ବ୍ୟାଡ୍ ଗାଏର ଏକ ଧାଡି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି ।