ନୂଆଦିଲ୍ଲୀ : ଗତ ୨ ଦିନରୁ ସୁନା-ରୁପା ଦାମ୍ ବୃଦ୍ଧି ପରେ ଶୁକ୍ରବାର ଏଥିରେ ବ୍ରେକ୍ ଲାଗିଛି । ଶୁକ୍ରବାର ସୁନା ଦାମ୍ ହ୍ରାସ ପାଇଛି । ଏମସିଏକ୍ସରେ ଅଗଷ୍ଟ ଡେଲିଭରୀ ସୁନା ବାଏଦା ଦାମ୍ ୨୭୮ ଟଙ୍କା ଅର୍ଥାତ୍ ପ୍ରାୟ ୦.୫୯ ପ୍ରତିଶତ ହ୍ରାସ ପାଇ ୪୭,୧୩୬ ଟଙ୍କା ପ୍ରତି ୧୦ ଗ୍ରାମକୁ ଆସିଯାଇଛି । ଏହା ବ୍ୟତୀତ ୧୪,୧୯୪ ଲଟର କାରବାର ମଧ୍ୟ ହୋଇଛି । ସେହିଭଳି ଅକ୍ଟୋବର ଡେଲିଭରୀ ପାଇଁ ଏହା ୨୯୬ ଟଙ୍କା ଅର୍ଥାତ୍ ପ୍ରାୟ ୦.୬୨ ପ୍ରତିଶତ ହ୍ରାସ ପାଇ ୪୭,୩୦୦ ଟଙ୍କା ପ୍ରତି ୧୦ ଗ୍ରାମକୁ ଆସିଯାଇଛି । ଏହା ବ୍ୟତୀତ ୫,୪୯୬ ଲଟର କାରବାର ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ନ୍ୟୁୟର୍କରେ ସୁନା ଦାମ୍ ୦.୩୦ ପ୍ରତିଶତ ହ୍ରାସ ପାଇ ୧,୭୩୪.୬୦ ଡଲାର୍ ପ୍ରତି ଆଉନ୍ସ ରହିଛି ।
ରୂପା ଦାମ୍ ମଧ୍ୟ ହ୍ରାସ
ରୂପା ଦାମ୍ ମଧ୍ୟ ଶୁକ୍ରବାର ୬୨୨ ଟଙ୍କା ହ୍ରାସ ପାଇଛି । ଏମସିଏକ୍ସରେ ଜୁଲାଇ ଡେଲିଭରୀ ପାଇଁ ରୂପା ଦାମ୍ ୬୧୪ ଟଙ୍କା ପ୍ରାୟ ୧.୨୬ ପ୍ରତିଶତ ହ୍ରାସ ପାଇ ୪୮,୦୨୫ ପ୍ରତି କିଲୋଗ୍ରାମ ରହିଛି । ଏଥିରେ ୧୧,୪୮୫ ଲଟର କାରବାର ହୋଇଛି । ସେହିଭଳି ସେପ୍ଟେମ୍ବର ପାଇଁ ଏହା ୬୨୨ ଟଙ୍କା ଅର୍ଥାତ୍ ପ୍ରାୟ ୧.୨୬ ପ୍ରାୟ ପ୍ରତିଶତ ହ୍ରାସ ପାଇ ୪୮,୮୫୫ ଟଙ୍କା ପ୍ରତି କିଲୋଗ୍ରାମକୁ ଆସିଯାଇଛି । ଏଥିପାଇଁ ୧୫୯୨ ଲଟ୍ କାରବାର ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ନ୍ୟୁୟର୍କରେ ରୂପା ଦାମ୍ ୧.୨୫ ପ୍ରତିଶତ ହ୍ରାସ ପାଇ ୧୭.୭୦ ଡଲାର୍ ପ୍ରତି ଆଉନ୍ସ ରହିଛି ।