Odia News Portal

ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ନବୀକରଣ ପ୍ରିମିୟମରେ ୧୭% ବୃଦ୍ଧି

ଭୁବନେଶ୍ୱର : ଭାରତର ଅଗ୍ରଣୀ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ୩୧ ମାର୍ଚ୍ଚ, ୨୦୨୦ରେ ଶେଷ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷରେ ନବୀକରଣ ପ୍ରିମିୟମ କ୍ଷେତ୍ରରେ ୧୩୫୯ କୋଟି ଟଙ୍କା ସହିତ ୧୭% ଅଭିବୃଦ୍ଧି ହାସଲ କରିଛି । ଯାହା ୨୦୧୮-୧୯ ଆର୍ଥିକ ବର୍ଷରେ ୧୧୬୪ କୋଟି ଟଙ୍କା ରହିଥିଲା । ସେହିପରି ୨୦୧୮-୧୯ର ୨୦୭୬ କୋଟି ଟଙ୍କା ତୁଳନାରେ ୨୦୧୯-୨୦ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ପ୍ରିମିୟମ ଆୟ ୫% ବୃଦ୍ଧି ସହ ୨୧୮୭ କୋଟି ଟଙ୍କା ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହାର ନୂତନ ବ୍ୟବସାୟର ପ୍ରିମିୟମ ଆୟ ୨୦୧୯-୨୦ରେ ୮୨୯ କୋଟି ଟଙ୍କା ରହିଛି, ଯାହା ଏହାର ପୂର୍ବ ଆର୍ଥିକ ବର୍ଷରେ ୯୧୧ କୋଟି ଟଙ୍କା ଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ପରିଚାଳନା ଅଧିନସ୍ଥ ସମ୍ପତିରେ ୨୧% ବୃଦ୍ଧି ଘଟି ତାହା ୬୯୦୨ କୋଟି ଟଙ୍କାରେ ପହଂଚିଛି ଯାହା ଏହାର ଏକ ବର୍ଷ ପୂର୍ବେ ୫୬୯୯ କୋଟି ଟଙ୍କା ରହିଥିଲା ।

ଏସମ୍ପର୍କରେ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ପରାଗ ରାଜା କହିଛନ୍ତି, କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବ୍ୟାଘାତ ଓ ମାର୍ଚ୍ଚ ମାସ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଲକ୍‌ଡାଉନ୍ କାରଣରୁ ଘରୋଇ ଜୀବନ ବୀମା ଶିଳ୍ପରେ ନୂତନ ବ୍ୟବସାୟ ବ୍ୟାପକ ରୂପେ ପ୍ରଭାବିତ ହୋଇଥିବା ସତ୍ୱେ ଆମେ ୨୦୧୯-୨୦ ଆର୍ଥିକ ବର୍ଷରେ ଅନେକ ବ୍ୟବସାୟିକ ପାରାମିଟର୍‌ରେ ସ୍ଥିର ପ୍ରଦର୍ଶନ ଓ ଅଭିବୃଦ୍ଧି ହାସଲ କରିପାରିଛୁ । ଏହି ଉନ୍ନତ ନବୀକରଣ ପ୍ରିମିୟମ ସଂଗ୍ରହ ଓ ମୋଟ ପ୍ରିମିୟମ ଆୟରେ ଏକ ବୃଦ୍ଧି ଗତ ଆର୍ଥିକ ବର୍ଷରେ ଆମର ଅଭିବୃଦ୍ଧି ଯାତ୍ରାକୁ ଆଗେଇ ନେଇଥିଲା । ମାର୍ଚ୍ଚ ମାସରେ ହ୍ରାସ ଯୋଗୁ ଆମର ନୂତନ ବ୍ୟବସାୟ ପ୍ରିମିୟମ ମୁଖ୍ୟ ରୂପେ ବାଧାପ୍ରାପ୍ତ ହୋଇଥିଲା, ଯାହାକି ଶିଳ୍ପରେ ନୂତନ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାସ ଏବଂ ଏହା କୋଭିଡ୍‌-୧୯ ଲକ୍‌ଡାଉନ୍ ଓ ସାମାଜିକ ଦୂରତା ଦ୍ୱାରା ପ୍ରଭାବିତ ହୋଇଥିଲା ।

ଏହା ୨୦୧୮-୧୯ର ୨୩୬ଟି ଶାଖା ସଂଖ୍ୟାକୁ ୧୦% ବୃଦ୍ଧି କରି ଦେଶବ୍ୟାପୀ ୨୬୧ଟି ଶାଖାର ବିତରଣ ନେଟ୍‌ୱର୍କ ସ୍ଥାପନ କରିବା ଲାଗି ୨୦୧୯-୨୦ରେ ୨୫ଟି ନୂତନ ଶାଖା ସ୍ଥାପନ କରିଛି । ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ୨୦୧୮-୧୯ର ୩୯,୩୮୨ ଆଡ୍‌ଭାଇଜର୍ ସଂଖ୍ୟାରେ ୧୦% ବୃଦ୍ଧି ସହ ମାର୍ଚ୍ଚ ୩୧, ୨୦୨୦ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୩୯୩୪ ଜଣ ନୂଆ ଆଡ୍‌ଭାଇଜର୍‌ଙ୍କୁ ସାମିଲ କରି ଏହାର ନେଟ୍ ଏଜେଂଟ୍ ଫୋର୍ସକୁ ୪୩,୩୧୬କୁ ବୃଦ୍ଧି କରିଛି । ଏହାର ଏଜେନ୍ସି ଓ ପ୍ରତ୍ୟକ୍ଷ ବ୍ୟବସାୟକୁ ମଜଭୁତ କରିବା ବ୍ୟତୀତ କୋଭିଡ୍‌-୧୯ ସଙ୍କଟ ଓ ଏହା ପରବର୍ତୀ କଟକଣାଗୁଡିକୁ ଦୃଷ୍ଟିରେ ରଖି କମ୍ପାନୀ ଏକାଧିକ ବ୍ୟାଙ୍କାସ୍ୟୁରାନ୍ସ ବିକଳ୍ପର ଆବିଷ୍କାର କରୁଛି କମ୍ପାନୀ ଏହାର ସମସ୍ତ ଡିଜିଟାଇଜେସନ ଯାତ୍ରାକୁ ଫାଷ୍ଟ-ଟ୍ରାକ୍‌ଡ କରିବା ସହିତ ଡିଜିଟାଲ ଉପାୟରେ ଆବଶ୍ୟକତାକୁ ଚିହ୍ନଟ କରିବା ଓ ସମାଧାନ ସେୟାର କରିବା ଲାଗି ଏବଂ କଷ୍ଟମର ଅନ୍‌-ବୋର୍ଡିଙ୍ଗ ଓ ସର୍ଭିସିଙ୍ଗ୍ ଟୁଲ୍‌ସର ଉପଯୋଗ କରି ସମ୍ପୂର୍ଣ୍ଣ ଏଣ୍ଡ-ଟୁ-ଏଣ୍ଡ ଟ୍ରାଞ୍ଜାକ୍ସନ ପାଇଁ ଟୁଲ୍‌ସର ଏକ ଇକୋ-ସିଷ୍ଟମ ତିଆରି କରିଛି ।