Odia News Portal

ଖୁସି ଖବର, ପୁଣି ହ୍ରାସ ପାଇଲା ସୁନା ଦର

ଜୁନ ୬ ତାରିଖ ଅର୍ଥାତ ଶନିବାର ସନ୍ଧ୍ୟା ସୁଧା ଭାରତୀୟ ବଜାରରେ ସୁନା ଦରରେ ଏକ ବିରାଟ ହ୍ରାସ ଘଟିଛି । ୨୪ କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୩୮୦ ଟଙ୍କା ହ୍ରାସ ପାଇ ୪୬,୭୦୦ ଟଙ୍କାରୁ ୪୬,୩୨୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ଦର ବି ୩୮୦ ଟଙ୍କା କମି ୪୬,୫୨୩ ଟଙ୍କାରୁ ୪୬,୨୪୩ ଟଙ୍କାରେ ପହଂଚିଛି । ଦେଶର ପ୍ରମୁଖ ସହର ଗୁଡିକର ସୁନା ଦରରେ ବି କିଂଚିତ ପରିବର୍ତ୍ତନ ଘଟିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୫,୬୨୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଅଛି ୪୪୬୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ଏହି ଦୁଇ ସହରରେ ୪୪,୬୨୦ ଟଙ୍କା ଓ ୪୫,୦୦୦ ଟଙ୍କା ଥିବା ଜଣାଯାଇଛି । ଲଗାତାର ଭାବେ ୪ର୍ଥ ଦିନ ପାଇଁ ଏହି ମୂଲ୍ୟ ହ୍ରାସ ପାଇଥିବା ରେକର୍ଡ ହୋଇଛି | ସୁନା ପରି ରୂପା ଦରରେ ବି କିଛିଟା ପରିବର୍ତ୍ତନ ଆସିଛି । ଶନିବାର ସନ୍ଧ୍ୟା ସୁଧା ଏହି ଦର କିଲୋଗ୍ରାମ ପ୍ରତି ୫୪ ଟଙ୍କା ବୃଦ୍ଧି ପାଇ ୪୮,୨୪୫ ଟଙ୍କାରୁ ୪୮,୨୯୯ ଟଙ୍କା ଛୁଇଁଛି ।

ଭାରତ ପରି ବିଶ୍ୱ ବଜାରରେ ବି ଉଭୟ ସୁନା ଓ ଚାନ୍ଦି ଦରରେ ବି କିଛିଟା ହ୍ରାସ ଘଟିଥିବା ରେକର୍ଡ ହୋଇଛି । ବ୍ଲୁମ ବର୍ଗ ରିପୋର୍ଟ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଉଭୟ ସୁନା ଓ ରୂପା ଦର ହ୍ରାସ ଘଟିଥିବା ରେକର୍ଡ ହୋଇଛି । ସୁନା ଦ୍ୱାରା ଆଉନ୍ସ ପ୍ରତି ୧.୮୮ ପ୍ରତିଶତ ବା ୩୨.୫୦ ଡ଼ଲାର କମି ୧୬୯୪.୯୦ଡ଼ଲାରରେ ପହଞ୍ଚିଛି । ଯେବେକି ଶୁକ୍ରବାର ସନ୍ଧ୍ୟା ସୁଦ୍ଧ ଏହି ଦର ୧୬୮୭.୯୧ ଡ଼ଲାରରେ ଟ୍ରେଣ୍ଡ କରିଥିଲା । ଠିକ ସେହିପରି, ରୂପା ମୂଲ୍ୟରେ ୨.୯୭ ପ୍ରତିଶତ ବା ୦.୫୪ ଡ଼ଲାର କମି ଆଉନ୍ସ ପ୍ରତି ୧୭.୫୨ଡ଼ଲାରରେ ପହଞ୍ଚିଛି । ଯେବେକି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଶନିବାର ସନ୍ଧ୍ୟା ସୁଦ୍ଧ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୪,୨୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୩୫୦ଟଙ୍କା ଥିବା ରେକର୍ଡ ହୋଇଛି ।