ସେ କହିଛନ୍ତି ଯେ, ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । ଆମେ କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛୁ । ଅଗ୍ନିଶମ ବିଭାଗ ଠାରୁ ବଡ଼ ସ୍ପେୟାର ପାଇଁ ବନେ୍ଦାବସ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ରାଜ୍ୟକୁ ୩ଟି ଜୋନରେ ବିଭାଗ କରାଯାଇ ଏଥିପ୍ରତି ଦୃଷ୍ଟି ରଖାଯାଇଥିବା କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।