ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆ୍ ସ୍କୁୂଟର ଇିଆ ପ୍ରାଇଭେଟ୍ ଲିମିଟେଡ୍ ଆଉ ଏକ ବିଏସ୍-୬ ମଡେଲ୍ ଆଣିଛି । କଂପାନି ପକ୍ଷରୁ ସିଡି ୧୧୦ ଡ୍ରିମ୍ ବିଏସ୍-୬ ମଡେଲ୍କୁ ଉନ୍ମୋଚନ କରାଯାଇଛି । ଏଥି ସହିତ କଂପାନିର ମୋଟ୍ ବିଏସ୍-୬ ମଡେଲ୍ ପରିମାଣ ୭ରେ ପହଂଚିଛି । ଏଥିରେ ଉନ୍ନତ ସ୍ମାର୍ଟ ପାୱାର (ଇଏସ୍ପି)ର ଶକ୍ତି ଥିବା ୧୧୦ ସିସି ଏଚ୍ଇଟି ବିଏସ୍-୬ ପିଜିଏମ୍-ଏଫ୍ଆଇ ଇଂଜିନ୍ ବ୍ୟବହାର କରାଯାଇଛି । ଏହାର ଏସିଜି ଷ୍ଟାର୍ଟର ମୋଟର ଶାନ୍ତ, ଧକ୍କା ମୁକ୍ତ ଷ୍ଟାର୍ଟ ସୁବିଧା ପ୍ରତି ଥର ପ୍ରଦାନ କରିବ । ଏହା ଜରିଆରେ କଂପାନି ଏକ ଶାନ୍ତ ବିପ୍ଳବକୁ ଆଗକୁ ବଢ଼ାଉଛି ।
ନୂଆ ସିଡି ୧୧୦ ଡ୍ରିମ୍ ୧୧୦ ସିସିରେ ପରିବେଶ ମିତବ୍ୟୟୀ ପ୍ରଯୁକ୍ତି ବ୍ୟବହାର କରାଯାଈଥିବା ବେଳେ ତାହା ଅଧିକ ମାଇଲେଜ୍ ପ୍ରଦାନ କରୁଛି । ଖରାପ ସଡ଼କରେ ଚାପ ମୁକ୍ତ ଗାଡ଼ିଚାଳନା ପାଇଁ ଏଥିରେ ରହିଛି ଡିସି ହେଡ୍ଲ୍ୟାମ୍ପ୍ । ଇଞ୍ଜିନକୁ ଷ୍ଟାର୍ଟ ଏବଂ ବନ୍ଦ କରିବା ପ୍ରକ୍ରିୟାକୁ ଅଧିକ ସହଜ କରିବା ଲାଗି ଏଥିରେ ଇଞ୍ଜିନ ଷ୍ଟାର୍ଟ/ଷ୍ଟପ୍ ସ୍ୱିଚ୍ ରହିଛି । ସମନ୍ୱିତ ହେଡଲ୍ୟାମ୍ପ୍ ବିମ୍ ଓ ପାସିଂ ସ୍ୱିଚ୍ ରହିଛି ଯାହାକୁ ଗୋଟିଏ ସ୍ୱିଚ୍ ଜରିଆରେ ପରିଚାଳନା କରାଯାଇପାରିବ । ଲମ୍ବା ଏବଂ ଆରାମଦାୟକ ସିଟ୍ ଥିବାରୁ ଦୂର ଯାତ୍ରା ବେଳେ ପଛରେ ବସିଥିବା ଲୋକଙ୍କୁ ଆରାମ ମିଳିବ । ଏଥିରେ ଷ୍ଟାଇଲିସ୍ ଗ୍ରାଫିକ୍ସଳ କ୍ରୋମ୍, ମଫଲର କଭର, ବଡି ରଙ୍ଗର ମିରର ଏବଂ ସିଲଭର ଆଲଏ ହ୍ୱିଲ୍ ବ୍ୟବହାର କରାଯାଇଛି ।
କଂପାନି ପକ୍ଷରୁ ଗ୍ରାହକମାନଙ୍କୁ ଏହା ଉପରେ ସ୍ୱତନ୍ତ୍ର ୬ ବର୍ଷର ୱାରେଂଟି ପ୍ୟାକେଜ୍ (ଶିଳ୍ପର ପ୍ରଥମ) ପ୍ରଦାନ କରାଯାଉଛି । ସିଡି ୧୧୦ ଡ୍ରିମ ବିଏସ୍-୬ ଷ୍ଟ।।ର୍ଡ ଓ ଡିଲକ୍ସ ଭଳି ଦୁଇଟି ଭାରିଆଂଟ୍ରେ ଉପଲବ୍ଧ ହେବ । ଏହାର ଏକ୍ସ ସୋରୁମ୍ ଦାମ୍ ୬୨୭୨୯ ଟଙ୍କା ରହିଛି । ଏ ସମ୍ପର୍କରେ ହେ।। ମୋଟରସାଇକଲ୍ ଆ୍ ସ୍କୁଟର ଇିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ୧୯୬୬ ପରଠାରୁ ଏହି ସିଡି ବ୍ରା୍ ନିୟୁତ ନିୟୁତ ଗ୍ରାହକଙ୍କ ହୃଦୟ ଜୟ କରିଛି । ସେହି ସମୃଦ୍ଧ ପରମ୍ପରାକୁ ଆଗକୁ ବଢ଼ାଇ ନୂଆ ସିଡି ୧୧୦ ଡ୍ରିମ୍ ବିଏସ୍-୬ରେ ଆପଣମାନଙ୍କ ପାଇଁ ହୋଣ୍ଡାର ସୁପରିଅର ପ୍ରଯୁକ୍ତି ଭଳି ସବୁ କିଛି ରହିଛି ଏବଂ ଏହା ସର୍ବାଧିକ ପ୍ରଦର୍ଶନ, ସୁବିଧା ଏବଂ ମାଇଲେଜ୍ ପ୍ରଦାନ କରୁଛି । ସ୍ୱତନ୍ତ୍ର ୬ ବର୍ଷିଆ ସୀମିତ ଅବଧିର ୱାରେଟିଂ ପ୍ୟାକେଜ୍ ସହିତ ସିଡି ୧୧୦ ବିଏସ୍-୬ରେ ଆପଣଙ୍କ ପାଇଁ ସବୁ କିଛି ରହିଛି-ସବୁ କିଛି ଅଛି । ବଜାରରେ ହୋଣ୍ଡାର ବିଏସ୍-୬ ଉତ୍ପାଦ ପୋର୍ଟଫୋଲିଓକୁ ସଂପ୍ରସାରିତ କରି ନୂଆ ସିଡି ୧୧୦ ଡ୍ରିମ୍ ୨୦୨୦ ଜୁନ୍ ପ୍ରାରମ୍ଭରୁ ଆମ ନେଟ୍ୱର୍କରେ ପହଂଚିବା ଆରମ୍ଭ ହେବ ।
(୩ ବର୍ଷର ସାଧାରଣ ୱାରେଂଟି ରହିଛି ଏବଂ ୩ ବର୍ଷର ବିକଳ୍ପ ବର୍ଦ୍ଧିତ ୱାରେଂଟି)