ପୁରୀ() ଆଜି ଦିନ ୧୧ଟା ସମୟରେ ବଡଦାଣ୍ଡସ୍ଥିତ ନୀଳାନ୍ଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କାରୋନ ଭୂତାଣୁ ସଂକ୍ରମଣ ସତର୍କତା ‘ସୁଆର ମହାସୁଆର’ ସେବକ ମାନଙ୍କ ନିମନ୍ତେ ଏକ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ ଉନ୍ନୟନ ଶ୍ରୀଯୁକ୍ତ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ।
ଏଥିରେ ଜିଲ୍ଲା ପ୍ରଶାସନ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦେବୀ ପ୍ରସାଦ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଏବଂ ସୁଆର ମହାସୁଆର ନିଯୋଗ ସଭାପତି ଓ ସମ୍ପାଦକଙ୍କ ସମେତ ୧୧୦ରୁ ଉର୍ଦ୍ଧ ସେବକମାନେ ଉପସ୍ଥିତ ରହି କରୋନା ଭୂତାଣୁ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସଚେତନ ହୋଇଥିଲେ ।