ବିଶ୍ୱର ଅନ୍ୟତମ ବରିଷ୍ଠ ଫୋନ ନିର୍ମାତା କମ୍ପାନୀ ନୋକିଆର ତାମିଲ ନାଡୁ ସ୍ଥିତ ମ୍ୟାନୁଫାକଚରିଂ ପ୍ଲାଣ୍ଟରେ କାର୍ଯ୍ୟରତ ୪୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ କମ୍ପାନୀର ଏହି ପ୍ଲାଣ୍ଟକୁ ବନ୍ଦ କରିଦେବା ନେଇ ନିଷ୍ପତି ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛିକି, ଏହି କାରଣରୁ ତାମିଲ ନାଡୁ ସ୍ଥିତ ଶ୍ରୀ ପେରୁବୁନ୍ଦୁର ସ୍ଥିତ ପ୍ଲାଣ୍ଟକୁ ବନ୍ଦ କରି ଦିଆ ଯାଇଥିଲା । କିଛି କର୍ମଚାରୀଙ୍କ ଠାରେ କରୋନା ଚିହ୍ନଟ ହେବା ପରେ କମ୍ପାନୀ ତରଫରୁ ଏହି ଅଫିସିଆଲ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ମାର୍ଚ୍ଚ ୨୫ ତାରିଖରୁ ଲକ ଡାଉନ ଜାରି କରା ଯାଇଥିଲା ।କିନ୍ତୁ ଏବେ କିଛି ଦିନ ହେବ ଏହି ନିୟମ ଗୁଡିକରେ କିଛିଟା କୋହଳ କରାଯାଇଛି । ନିୟମ କୋହଳ ହେବା ପରେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ କମ୍ପାନୀ ନିଜ କାମ ଆରମ୍ଭ କରି ପାରିବେ । ସରକାରଙ୍କ ତରଫରୁ ନିୟମ ଜାରି ହେବା ପରେ ତାମିଲନାଡୁ ସ୍ଥିତ ପ୍ଲାଣ୍ଟକୁ ଖୋଲା ଯାଇଥିଲା । କିନ୍ତୁ ୪୨ ଜଣ ପଜିଟିଭ ବାହାରିବା ପରେ ପ୍ଲାଣ୍ଟକୁ ପୁଣି ଥରେ ବନ୍ଦ କରିଦିଆଯାଇଛି ।