ଭୁବନେଶ୍ୱର : ଲକ୍ଡାଉନ୍ ୪.୦ରେ ଅନେକ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯାଇଥିବା ବେଳେ ହେ।। ମୋଟରସାଇକଲ୍ ଆ୍ ସ୍କୁଟର ଇିଆ ପ୍ରାଇଭେଟ୍ ଲିମିଟେଡ୍ ଏହାର ସମସ୍ତ ଚାରିଟି କାରଖାନାରେ ଦୁଇ ପର୍ଯ୍ୟାୟରେ ଉତ୍ପାଦନ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଗ୍ରାହକ ଚାହିଦା ଏବଂ ଯୋଗାଣ ଶୃଙ୍ଖଳକୁ ନଜରରେ ରଖି ହେ।। ଏହାର ଉତ୍ପାଦନ ଯୋଜନା ପ୍ରସ୍ତୁତ କରିଛି । ର୍କର୍ାଟକର ନର୍ସାପୁରା ଠାରେ ଥିବା କଂପାନିର ସର୍ବବୃହତ କାରଖାନାରେ ୨୦୨୦ ମେ ୨୫ରୁ ଉତ୍ପାଦନ ଆରମ୍ଭ କରାଯିବ । ଅନ୍ୟ ତିନିଟି କାରଖାନାରେ ୨୦୨୦ ଜୁନ୍ର ପ୍ରଥମ ସପ୍ତାହରେ ଉତ୍ପାଦନ ଆରମ୍ଭ ହେବ । ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ କାରବାର ଜାରି ରଖିବା ଲାଗି ହେ।।ର ଥିବା ୩୦୦ରୁ ଅଧିକ ଯୋଗାଣକାରୀ ସଂସ୍ଥାଙ୍କ ମଧ୍ୟରୁ ୯୯ ପ୍ରତିଶତ ସଂସ୍ଥା ସେମାନଙ୍କ କାରଖାନା ଚାଲୁ କରିବା ଲାଗି ଆବଶ୍ୟକ ମଂଜୁରୀ ହାସଲ କରିଛନ୍ତି । ସେହି ସଂସ୍ଥାଗୁଡ଼ିକ ଉତ୍ପାଦନ ଆରମ୍ଭ କରିବାର ନିକଟତମ ସ୍ତରରେ ପହଂଚିଛନ୍ତି ।
ଏକ ସ୍ଥିର ଓ ପ୍ରଭାବୀ ପରିଚାଳନା ପାଇଁ ହେ।। ସମସ୍ତ ପରିବେଶକୁ ସଶକ୍ତ କରୁଛି । ବଜାର ଚାହିଦା କ୍ଷେତ୍ରରେ, ହେ।।ର ୬୦%ରୁ ଅଧିକ ଡିଲରସିପ୍ ସେମାନଙ୍କ ବିକ୍ରି ଓ ସର୍ଭିସ୍ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରାରମ୍ଭିକ ଅନୁସନ୍ଧାନର ଜଣାପଡ଼ିଛି ଯେ, ଲକ୍ଡାଉନ୍ ପୂର୍ବବର୍ତୀ ସମୟ ତୁଳନାରେ ଯଦିଓ ମାନ୍ଦା ରହିଛି କିନ୍ତୁ ପ୍ରତିଦିନ ଗାଡ଼ି ଚାହିଦା ବଢ଼ୁଛି । ତେଣୁ, ରଣନୀତି ଅନୁସାରେ ହେ।। ବଜାର ଚାହିଦା ଅନୁସାରେ ଯୋଗାଣରେ ବୃଦ୍ଧି ଆଣୁଛୁ ଏବଂ ଆମର ନେଟୱର୍କରେ ବିଏସ୍-୬ ଗାଡ଼ି ଉପଲବ୍ଧ କରାଇବ । ୨୦୨୦ ମେ ୨୫ରୁ ପର୍ଯ୍ୟାୟକ୍ରମେ ହେ।।ର ସମସ୍ତ ଚାରି କାରଖାନାରେ ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛୁ ।
ସୁରକ୍ଷାକୁ ହେ।। ସର୍ବଦା ପ୍ରାଥମିକତା ଦେଉଛି । କଂପାନି ପକ୍ଷରୁ ପୁନର୍ବାର ପରିଚାଳନା ମାନୁଆଲ୍ ଜାରି କରାଯାଇଛି ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ରହିଛି । ଏହା କେବଳ ହେ।।ର କାରଖାନା ନୁହେଁ ବରଂ ଯୋଗାଣକାରୀ, ଲଜିଷ୍ଟିକ୍ ସହଯୋଗୀ, ଡିଲରସିପ୍ ଏବଂ ସର୍ଭିସ୍ ସେଂଟରକୁ ମିଶାଇ ସମସ୍ତ ବ୍ୟବସ୍ଥା ପାଇଁ ଲାଗୁ କରାଯାଇଛି । ତାପମାତ୍ରା ଯାଂଚ କରିବା, ଅଣ-ବାୟୋମେଟ୍ରିକ୍ ପ୍ରବେଶ ଓ ପ୍ରସ୍ଥାନ, ବାଧ୍ୟତାମୂଳକ ମାସ୍କ ପରିଧାନ କରିବା, ଅଧିକ ବ୍ୟବହୃତ ହେଉଥିବା ସ୍ଥାନକୁ ନିୟମିତ ସଂକ୍ରମଣମୁକ୍ତ ଓ ସାନିଟାଇଜ୍ କରିବା, ଗର୍ଭବତୀ ମହିଳାଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍, ହଟ୍ସ୍ପଟ୍ ଜୋନ୍ରୁ କର୍ମଚାରୀ ନଆସିବା ଅନୁମତି, ହା ୱାସ୍ ଓ ସାନିଟାଇଜର୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ।