Odia News Portal

ବନ୍ଧନ ବ୍ୟାଙ୍କର ଉଲ୍ଲେଖନୀୟ ବୃଦ୍ଧି : ବର୍ତମାନ ୨.୦୧ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି

ମୋଟ୍ ଜମା ୩୨.୦୪% ବୃଦ୍ଧି ସହ ୫୭,୦୮୨ କୋଟି ଟଙ୍କା
ଋଣ ଖାତା ୬୦.୪୬% ବୃଦ୍ଧି ସହ ୭୧,୮୪୬ କୋଟି ଟଙ୍କା

ଭୁବନେଶ୍ୱର: ମଙ୍ଗଳବାର ଦିନ ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ମୋଟ୍ ବ୍ୟବସାୟ ବର୍ଷକୁ ବର୍ଷ ଭିତିରେ ୪୬.୫୦% ବୃଦ୍ଧି ପାଇ ୧,୨୮,୯୨୮ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କ ତରଫରୁ ଏହା ପଂଚମ ଥର ପାଇଁ ଚତୁର୍ଥ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ୨୦୧୫-୧୬ ଆର୍ଥିକ ବର୍ଷରେ ବ୍ୟାଙ୍କର ଏହାର କାରବାର ଆରମ୍ଭ କରିଥିଲା ଏବଂ ଚଳିତ ବର୍ଷ ଅଗଷ୍ଟରେ ପାଂଚ ବର୍ଷ ପୂରଣ କରିବ । ମାତ୍ର ସାଢ଼େ ଚାରି ବର୍ଷ ବ୍ୟାଙ୍କର ୪,୫୫୯ଟି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ରହିଛି ଯାହା ଜରିଆରେ ଏହା ୨.୦୧ କୋଟି ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି । ଏହି ଆର୍ଥିକ ବର୍ଷରେ ବ୍ୟାଙ୍କ ୧୧ ଲକ୍ଷ ଗ୍ରାହକ ଯୋଡ଼ିଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ୍ କର୍ମଚାରୀଙ୍କ ସଂଖ୍ୟା ହେଉଛି ୩୯,୭୫୦ ।
ଗତବର୍ଷ ତୁଳନାରେ ବ୍ୟାଙ୍କର ଜମା ଖାତାରେ ୩୨.୦୪% ବୃଦ୍ଧି ଘଟିଛି । ମୋଟ ଜମା ପରିମାଣ ଏବେ ୫୭,୦୮୨ କୋଟି ଟଙ୍କା ରହିଛି । ଚଳନ୍ତୀ ଖାତା + ସଂଚୟ ଖାତା (କାସା) ଖାତାର ଅଭିବୃଦ୍ଧି ବର୍ଷକୁ ବର୍ଷ ଭିତିରେ ୧୯.୩୬% ହୋଇଛି । ଋଣ ପୁସ୍ତିକା ବା ଖାତାରେ ବ୍ୟାଙ୍କ ଗତବର୍ଷ ତୁଳନାରେ ୬୦.୪୬% ଅଭିବୃଦ୍ଧି ହାସଲ କରିଛି । ମୋଟ୍ ଋଣ ୭୧,୮୪୬ କୋଟି ଟଙ୍କା ରହିଛି । ବ୍ୟାଙ୍କର ଏନ୍‌ପିଏ ୦.୫୮% ରହିଛି ଯାହା ଏହାର ଗୁଣାତ୍ମକ ଋଣ ପୁସ୍ତିକାର ଗୁରୁତ୍ୱ ବହନ କରୁଛି ।

ପୁଞ୍ଜି ସ୍ୱଚ୍ଛଳତା ହାର (ସିଏଆର୍‌) ଯାହା ବ୍ୟାଙ୍କର ସ୍ଥିରତାର ସଙ୍କେତ ଲାଭକୁ ମିଶାଇ ତାହା ୨୭.୪% ହୋଇଛି ଯାହା ଧାର୍ଯ୍ୟ ନିୟମ ଠାରୁ ବହୁତ ଅଧିକ । ବ୍ୟାଙ୍କର ନିଟ୍ ଲାଭ ୩,୦୨୪ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷର ଏହି ସମୟ ଲାଭ ତୁଳନାରେ ୫୪.୯୬% ଅଧିକ । ଏହି ଫଳାଫଳ ସଂପର୍କରେ ଚନ୍ଦ୍ର ଶେଖର ଘୋଷ, ଏମ୍‌ଡି ଓ ସିଇଓ, ବନ୍ଧନ ବ୍ୟାଙ୍କ କହିଛନ୍ତି ଯେ, ମନ୍ଥର ଅର୍ଥନୀତି ସହିତ ଏହି ବର୍ଷଟି ବ୍ୟାଙ୍କିଙ୍ଗ୍ ଶିଳ୍ପ ପାଇଁ ଆହ୍ୱାନର୍ପୂ ଥିଲା । ଏହା ସତ୍ତ୍ୱେ, ଆମେ ଏକ ସୁଦୃଢ଼ ବର୍ଷ ହାସଲ କରିପାରିଛୁ । ଆମର ସମସ୍ତ ଗ୍ରାହକଙ୍କୁ ଧନ୍ୟବାଦ ଯେ ସେମାନଙ୍କ ଭରସା ଏବଂ ବିଶ୍ୱାସ ଯୋଗୁଁ ଆମର ଅଭିବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ସପ୍ତାହରେ କୋଭିଡ୍‌-୧୯ ବିଶ୍ୱ ମହାମାରୀର ପ୍ରଭାବ ପଡ଼ିବା ଆରମ୍ଭ ହୋଇଥିବା ବେଳେ ଆମର ବ୍ୟବସାୟ କିନ୍ତୁ ବିଶେଷ ପ୍ରଭାବିତ ହୋଇନାହିଁ । ବ୍ୟାଙ୍କ ଏହାର କର୍ମଚାରୀଙ୍କୁ ନେଇ ଗ୍ରାହକମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଏବଂ ସମାଜ ଓ ଅର୍ଥନୀତିରେ ଅର୍ଥର୍ପୂ ପରିବର୍ତନ ଆଣିବାକୁ ପ୍ରତିବଦ୍ଧ ।