ଲକଡାଉନ ପାଇଁ ସବୁ ପ୍ରଭାବିତ । ମନ୍ଦିରକୁ ଆସୁଥିବା ଦାନ ଉପରେ ମଧ୍ୟ ପ୍ରଭାବ ପକାଇଛି ଲକଡାଉନ । ଶିରିଡି ସାଇବାବା ମନ୍ଦିର ଟ୍ରଷ୍ଟକୁ ପ୍ରତିଦିନ ଦେଢ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡୁଛି । ଶିରିଡିର ଏହି ମନ୍ଦିରରେ ବାର୍ଷିକ ୬୦୦ କୋଟି ଟଙ୍କା ଦାନ ରୂପେ ଆସିଥାଏ । ଅର୍ଥାତ୍ ବାବାଙ୍କୁ ପ୍ରତିଦିନ ଏକ କୋଟି ୬୪ ଲକ୍ଷ ଟଙ୍କାରୁ ଅଧିକ ଦେଇଥାନ୍ତି ଭକ୍ତ ।
ମନ୍ଦିର ବନ୍ଦ ହେବା ପରଠୁ ୧୭ ମାର୍ଚ୍ଚରୁ ୩ ମେ ପର୍ଯ୍ୟନ୍ତ ଅନଲାଇନ୍ ଡୋନେଶନ ଜରିଆରେ ୨ କୋଟି ୫୩ ଲକ୍ଷ ଓ କିଛି ହଜାର ଟଙ୍କା ଆସିଛି । ଅର୍ଥାତ୍ ପ୍ରତିଦିନ ପ୍ରାୟ ୬ ଲକ୍ଷ ଟଙ୍କା ଆସିଛି । ଏଭଳି ସ୍ଥିତିରେ ସାଇ ବାବା ଟ୍ରଷ୍ଟକୁ ପ୍ରତିଦିନ ୧ କୋଟି ୫୮ ଲକ୍ଷ ଟଙ୍କାର କ୍ଷତି ହେଉଛି । ଯଦି ଏହି ଲକଡାଉନ ଏଭଳି ଲାଗିରୁହେ ତେବେ ମନ୍ଦିର ଟ୍ରଷ୍ଟକୁ ୧୫୦ କୋଟି ଟଙ୍କାରୁ ଅଧିକ ଘାଟା ହେବ । ମନ୍ଦିର ବନ୍ଦ ହେବା କାରଣରୁ ଅନଲାଇନ ପ୍ରତିଦିନ ୮-୯ ସାଇ ଭକ୍ତ ବାବାଙ୍କ ଦର୍ଶନ କରୁଛନ୍ତି ।
ସାଧାରଣତଃ ଗୋଟିଏ ଦିନରେ ବାବାଙ୍କୁ ୪୦-୫୦ ହଜାର ଭକ୍ତ ପ୍ରତିଦିନ ଦର୍ଶନ କରନ୍ତି ଏବଂ ଏକ କୋଟି ଟଙ୍କାରୁ ଅଧିକ ଦାନ ପେଟିରେ ଅର୍ପଣ କରନ୍ତି ଯାହା କି କ୍ୟାଶ୍ ରୂପେ ଆସିଥାଏ । ଶିରଡି ସାଇ ବାବା ସଂସ୍ଥାନ ତରଫରୁ ଅନେକ ପ୍ରକାର ସାମାଜିକ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଶିରିଡି ସଂସ୍ଥାନ ତରଫରୁ ଯେଉଁ ଲୋକଙ୍କ ପ୍ରସାଦ ରୂପେ ଲଡୁ ଶସ୍ତା ରେଟରେ ଦିଆଯାଏଥାଏ, ସଂସ୍ଥାନ ତା ଉପରେ ବାର୍ଷିକ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାଏ ।
ଏହାବ୍ୟତୀତ ଶିରିଡି ସଂସ୍ଥାନ ତରଫରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଯାଏ । ହାର୍ଟ ଅପରେସନ କିମ୍ବା ବଡ ସଂଖ୍ୟାରେ ଡାଇଲିସିସର ମେସିନ୍ ଲଗାଇବା ଭଳି କାମ ମଧ୍ୟ ସଂସ୍ଥାନ ତରଫରୁ କରାଯାଏ ।