Odia News Portal

ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ। ଓଡ଼ିଶାରେ କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ମୃତକ ହେଉଛନ୍ତି ୭୭ବର୍ଷ ବୟସ୍କ, ଯିଏକି ଭୁବନେଶ୍ୱର ମଧୁସୂଦନ ନଗରର ବାସିନ୍ଦା । ସେ କରୋନା ସଂକ୍ରମିତ ହେବା ସହିତ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗରରେ ପୀଡିତ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଛି।ତେବେ ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି ।