Odia News Portal

ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ ପକ୍ଷରୁ ଡାକ୍ତରଙ୍କ ପାଇଁ ସ୍ୱତନ୍ତ୍ର ସର୍ଭିସ

ଭୁବନେଶ୍ୱର : ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ ପକ୍ଷରୁ ଏକ ବିଏମଡବ୍ଲୁ କିମ୍ବା ମିନି କାର କିମ୍ବା ଏକ ବିଏମଡବ୍ଲୁ ମୋଟରାଡ ବାଇକର ମାଲିକତ୍ୱ ଥିବା ତଥା ଏହି ଭୟଙ୍କର ମହାମାରୀ କୋଭିଡ-୧୯ ସହ ଲଢ଼ିବା ପାଇଁ ଦିନରାତି ନିଃସ୍ୱାର୍ଥପର ଭାବେ କାର୍ଯ୍ୟକରି ଆସୁଥିବା ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ବିଶେଷ ଆଫ୍ଟରସେଲସ ସର୍ଭିସ ପଦକ୍ଷେପର ଘୋଷଣା କରାଯାଇଛି । ଏଣୁ ଏହି ଯୋଦ୍ଧାମାନଙ୍କୁ କୃତଜ୍ଞତା ଜଣାଇବା ପରିପ୍ରେକ୍ଷୀରେ, ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ ସମଗ୍ର ଦେଶରେ ଥିବା ଏହାର ଡିଲରସିପ୍ ଗୁଡ଼ିକରେ କମ୍ପ୍ଲିମେରଂଟାରୀ ଇଞ୍ଜିନ ଅଏଲ ସର୍ଭିସ ଯୋଗାଇଦେବ ।

ଇଣ୍ଡିଆନ ମେଡିକାଲ ଆସୋସିଏସନ, ହସପିଟାଲ ଏବଂ କ୍ଲିନିକ ସହ ପଞ୍ଜୀକୃତ ହୋଇଥିବା ଡାକ୍ତର ଯେଉଁମାନଙ୍କର ବିଏମଡବ୍ଲୁ,କିମ୍ବା ମିନି କିମ୍ବା ଏକ ବିଏମଡବ୍ଲୁ ମୋଟରାଡ ଯାନ ରହିଥିବ, ସେମାନେ ଏହି ସର୍ଭିସକୁ ଉପଲବ୍ଧି କରିବା ପାଇଁ ଙ୍ଗଙ୍ଗଙ୍ଗ.ଭଜ୍ଞଙ୍ଗ-ମକ୍ଟଦ୍ଭଗ୍ଧବମଗ୍ଧକ୍ଷରଗ୍ଦଗ୍ଦ.ସଦ୍ଭରେ ନିଜେ ନିଜେ ରେଜିଷ୍ଟର କରିପାରିବେ । କଣ୍ଡିସନ ବେସ ସର୍ଭିସ (ସିବିଏସ) ଅନୁଯାୟୀ ଇଞ୍ଜିନ ଅଏଲ ସର୍ଭିସ ଦେୟ ସହିତ ଯାନଗୁଡ଼ିକ ଲକଡାଉନ ଅବଧି ପରର ୯୦ଦିନ ମଧ୍ୟରେ ଏହି କମ୍ପ୍ଲିମେଂଟାରୀ ସର୍ଭିସ ପାଇବାକୁ ଯୋଗ୍ୟହେବେ । ବିଦ୍ୟମାନ ବିଏମଡବ୍ଲୁୁ କିମ୍ବା ମିନି ସର୍ଭିସ ଇନକ୍ଲୁସିଭ ପ୍ୟାକେଜଧାରୀ କିମ୍ବା ୱାରେଟିଂ ଏକ୍ସଟେନସନ ଧାରୀମାନେ ଇଞ୍ଜିନ ଅଏଲ ସର୍ଭିସ ପରିବର୍ତେ କାର୍‌ର ମାଗଣା ସାନିଟାଇଜେସନ ପାଇପାରିବେ । ନିୟମ ଓ ସର୍ତାବଳୀ ଗୁଡ଼ିକର ଅଧିକ ବିବରଣୀ ପାଇବା ପାଇଁ ନୀକଟସ୍ଥ ବିଏମଡବ୍ଲୁ, ମିନି ଏବଂ ବିଏମଡବ୍ଲୁ ମୋଟରାଡ ସର୍ଭିସ ସେଂଟର ସହ ଯୋଗାଯୋଗ କରିପାରିବେ ।

ଶ୍ରୀ ଆରଲିନ ଡୋଟୈକୈ୍ସରା, ଆକ୍ଟିଙ୍ଗ ପ୍ରେସିଡେଂଟ, ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ କହିଛନ୍ତି ଯେ, “କମ୍ପ୍ଲିମେଂଟାରୀ ଇଞ୍ଜିନ ଅଏଲ ସର୍ଭିସ,ମେଡିକାଲ ଭାତୃଭାବ ତରଫରୁ ଆମର ସହାୟକ ମାନଙ୍କର ନିଃସ୍ୱାର୍ଥପର ତ୍ୟାଗ ପ୍ରତି ଆମ ତରଫରୁ କୃତଜ୍ଞତା ଜଣାଇବାର ଏକ କ୍ଷୁଦ୍ର ପୟାସ । ଏହି ବିପତି ସମୟରେ ସେମାନଙ୍କ ବିଏମଡବ୍ଲୁ, ମିନି କାର୍ ଏବଂ ବିଏମଡବ୍ଲୁ ମୋଟରାଡ ବାଇକର ଯନ୍‌ôନେବା ଆମ ପକ୍ଷେ ଏକ ଆନନ୍ଦମୟ ବିଷୟ ।”