କରୋନା ଯୋଗୁ ଏବେ ସବୁ ବଜାରରେ ମାନ୍ଦାବସ୍ଥା ଜାରିରହିଛି। ଏଭଳି ସ୍ଥିତିରେ ସୁନା ଦାମ ଲଗାତାର ଖସିବାରେ ଲାଗିଛି। ଆଜି ସୁନା ଦାମ ଆଶାତୀତ ହ୍ରାସ ପାଇଥିବା ବେଳେ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ୫ ଜୁନ ୨୦୨୦ ଅନୁସାରେ ଆଜି ସୁନା ଦାମ ୦.୦୧ ପ୍ରତିଶତ ହ୍ରାସ ପାଇ ୪୬,୦୬୨ ପ୍ରତି ୧୦ ଗ୍ରାମ ରହିଛି।
ଅନ୍ୟପଟେ ରୂପା ଦାମ୍ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ୩ ଜୁଲାଇ ୨୦୨୦ ଅନୁସାରେ ଆଜି ରୂପା ଦର ୦.୪୯ ପ୍ରତିଶତ ବଢ଼ି କିଲୋଗ୍ରାମ ପିଛା ୪୨,୫୫୦ ଟଙ୍କାରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ ଗତ କାଲି ମଧ୍ୟ ସୁନା ଦାମ ଖସି ୧୦ ଗ୍ରାମକୁ ୪୬,୦୦୦ ଟଙ୍କା ରହିଥିଲା।