ମୁମ୍ବାଇ: ଜର୍ମାନୀ ଓ ଭାରତ ସମାନ ନୁହନ୍ତି । ଦୁଇ ଦେଶର ସାମାଜିକ ଚଳଣୀ ଅଲଗା । ୟୁରୋପୀୟ ଦେଶ ଗୁଡ଼ିକରେ ଖାଲି ଷ୍ଟାଡିୟମରେ ପ୍ରତିଯୋଗିତା ଆୟୋଜିତ ହେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଭାରତରେ ଏହା ସମ୍ଭବ ନୁହେଁ । ଭାରତରେ ନିକଟ ଭବିଷ୍ୟତରେ କୌଣସି କି୍ରକେଟ ପ୍ରତିଯୋଗିତା ଆୟୋଜନ ହେବାର ସମ୍ଭାବନା ବି ନାହିଁ । ଆମର ମୁଖ୍ୟ ଲକ୍ଷ୍ୟ ହେଲା ସମସ୍ତେ ସୁସ୍ଥ ରୁହନ୍ତୁ । ଖେଳାଳି, ପ୍ରଶିକ୍ଷକ, ଅଧିକାରୀ ଓ ପ୍ରଶଂସକଙ୍କ ସ୍ୱାସ୍ଥ୍ୟକୁ ନେଇ ଆମେ ଖେଳିପାରିବୁନି । ଆସନ୍ତୁ କିଛି ମାସ ମଧ୍ୟରେ ଆଇପିଏଲ ଅନ୍ୟ କୌଣସି ଦେଶରେ ଆୟୋଜିତ ହେବାର ଆଶା ମଧ୍ୟ କମ । ଭାରତୀୟ କି୍ରକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକଥା କହିଛନ୍ତି । ଜର୍ମାନୀର ବୁନେ୍ଦସଲିଗା ଫୁଟବଲ ପ୍ରତିଯୋଗିତା ବିନା ଦର୍ଶକରେ ମେ ମାସରୁ ଆରମ୍ଭ ହେବ ବୋଲି ଖବର ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଗାଙ୍ଗୁଲି ଏଭଳି କହିଛନ୍ତି । ତା ସହ କରୋନା ଜନିତ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଖାଲି ଷ୍ଟାଡିୟମରେ ଆଇପିଏଲ କିମ୍ବା ଅନ୍ୟ କୌଣସି ପ୍ରତିଯୋଗିତା ଆୟୋଜନ ନେଇ ସୃଷ୍ଟି ହୋଇଥିବା କଳ୍ପନା ଜଳ୍ପନାରେ ଅବସାନ ଘଟିଛି ।