Odia News Portal

ଇନଷ୍ଟାଗ୍ରାମ କମ୍ପାନୀର ବଡ ଘୋଷଣା

ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆଣିଦେଇଛି ଖୁସିଖବର। ନିଜରୟୁଜର୍ସଙ୍କ ପାଇଁ ଡାଇରେକ୍ଟ ମେସେଜିଂ ଫିଚର ଜାରି କରିଛି। ଏହି ଫିଚର ଜରିଆରେ ୟୁଜର୍ସ ନିଜର ଲାପଟପ କିମ୍ବା ଡେସ୍କଟପରେ ଏବେ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ। ଏହାର ବିବରଣୀ କମ୍ପାନୀର ଅଧିକାରିକ ଟ୍ଵିଟର ଆକାଉଣ୍ଟରୁ ମିଳିଛି। ଏହା ପୂର୍ବରୁ ଏହି ଫିଚର କେବଳ ଇନଷ୍ଟାଗ୍ରାମର ମୋବାଇଲ ଆପ୍‌ରେ ରହିଥିଲା।

ଯେପରି ମୋବାଇଲ ଆପ୍‌ କାମ କରିଥାଏ, ସେହିପରି ଏହି ନୂଆ ଫିଚର ଆପ କାମ କରିବ। ୟୁଜର୍ସ ନୂଆ ଫିଚର ଜରିଆରେ ଡେସ୍କଟପ କିମ୍ବା ଲାପଟପରୁ ମେସେଜ କରିପାରିବେ। ଏହାସହିତ ୟୁଜର୍ସଙ୍କୁ ଗ୍ରୁପ କରିବାର ସୁବିଧା ମିଳିବ।

ଇନଷ୍ଟାଗ୍ରାମର ୱେବଭର୍ସନକୁ ଦୁଇ ପ୍ରକାରର ବ୍ୟବହାର କରିପାରିବେ। ପ୍ରଥମଟି ଇନଷ୍ଟାଗ୍ରାମ ଡଟ୍‌ କମ୍‌ ଏବଂ ଦ୍ୱିତୀୟଟି ଫେସବୁକ କ୍ରିଏଟର ଷ୍ଟୁଡିଓ। ଆପଣ ଇନଷ୍ଟାଗ୍ରାମରେ ନିଜର ଫଟୋ ଅପଲୋଡ କରିବାକୁ ଚାହୁଛନ୍ତି, ତେବେ ଫେସବୁକ କ୍ରିଏଟରର ସାହାଯ୍ୟ ନେଇପାରିବେ।

ଇନଷ୍ଟାଗ୍ରାମ ନିକଟରେ କରୋନା ଭାଇରସକୁ ଧ୍ୟାନରେ ରଖି ଏପରି ନୂଆ ଫିଚର ଲଞ୍ଚ କରିଛି। ଏହି ଫିଚର ନାମ ରହିଛି ଇନଷ୍ଟାଗ୍ରାମ ଫିଡ।