Odia News Portal

ଜାଣନ୍ତୁ ଆଜିର ରେଟ୍ , ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ,

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ମୂଲ୍ୟବାନ ଧାତୁର ମୂଲ୍ୟରେ କ୍ରମାଗତ ପରିବର୍ତ୍ତନ ଦେଖା ଦେଉଛି । ଯାହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଅର୍ଥାତ ଶୁକ୍ରବାର ଭୁବନେଶ୍ୱର ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ସୁନା ମୂଲ୍ୟରେ ୪୯୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୩୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଅର୍ଥାତ ବୁଧବାର  ୧୦ ଗ୍ରାମ ସୁନା ମୂଲ୍ୟ ୪୪,୮୧୦ ଟଙ୍କାରେ ବନ୍ଦ ହୋଇଥିଲା ।

ସେହିପରି ଆଜି ୨୪ କ୍ୟାରେଟ ୮ ଗ୍ରାମ ସୁନା ମୂଲ୍ୟ ୩୬,୨୪୦ ଟଙ୍କା ରହିଛି । ଏହାର ମୂଲ୍ୟ ଗତକାଲି ୩୫,୮୪୮ ଟଙ୍କା ଥିଲା । ୨୪ କ୍ୟାରେଟ ୧ ଗ୍ରାମ ସୁନା ମୂଲ୍ୟ ୪,୫୩୦ ଟଙ୍କା ରହିଛି । ଯାହା ଗତକାଲି ୪,୪୮୧ ଟଙ୍କା ଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୧,୨୭୦ ଟଙ୍କାରେ ରହିଛି । ଗତକାଲି ଏହାର ମୂଲ୍ୟ ୪୧,୨୬୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୮ ଗ୍ରାମ ସୁନା ମୂଲ୍ୟ ୩୩,୦୧୬ ଟଙ୍କା ରହିଛି । ଯାହା ଗତକାଲି ୩୩,୦୦୮ ଟଙ୍କା ଥିଲା ।

ଅନ୍ୟପଟେ  ଅର୍ଥାତ ଶୁକ୍ରବାର ରୁପା ମୂଲ୍ୟରେ ହ୍ରାସ ରେକର୍ଡ ହୋଇଛି । ଆଜି ରୁପା ଦାମରେ ୯୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧ କିଲୋଗ୍ରାମ ରୁପା ମୂଲ୍ୟ ୪୧,୪୧୦ ଟଙ୍କାରେ ପହଞ୍ଚିଛି । ପୂର୍ବ ଦିନ ଅର୍ଥାତ ଗୁରୁବାର ରୁପା ମୂଲ୍ୟ ୪୧,୫୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୧୦ ଗ୍ରାମ ରୁପା ମୂଲ୍ୟ ୪୧୪୧ ରହିଛି । ୮ ଗ୍ରାମ ରୁପା ମୂଲ୍ୟ ୪୧୪.୧୦ ଟଙ୍କା ଓ ୧ ଗ୍ରାମ ରୁପା ମୂଲ୍ୟ ୪୧.୪୧ ଟଙ୍କା ରହିଛି ।