ଭୁବନେଶ୍ୱର()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ରାନୀ ନିଜ ଉପାର୍ଜୀତ ଅର୍ଥରୁ ୫୦ ହଜାର ଟଙ୍କା କୋଭିଡ-୧୯ ଫଣ୍ଡକୁ ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ନିଜର ୩ମାସର ଦରମା ପ୍ରଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ଦରମା ଦେବାକୁ ଆହ୍ୱାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ମଧ୍ୟ ପାଣ୍ଠିକୁ ନିଜର ୩ମାସର ଦରମା ପ୍ରଦାନ କରିଥିଲେ ।