ଭୁବନେଶ୍ୱର() ପରିବାରର ସୁରକ୍ଷା ପାଇଁ ଶପଥ ନେବାକୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛନ୍ତି ।
ପ୍ରିୟ ଭାଇ ଓ ଭଉଣୀମାନେ,
‘କରୋନା ଭାଇରସ ବିଷୟରେ ଆପଣମାନେ ଭଲ ଭାବରେ ଜାଣି ସାରିଲେଣି । ଏହି ଭାଇରସ୍ ଚୀନ୍ରେ ଥିଲା ବହୁତ ଦୂରରେ ଥିଲା । ଆମେରିକା ଓ ୟୁରୋପରେ ଥିଲା । ବହୁତ ଦୂରରେ ଥିଲା । ପରେ ଇରାନକୁ ଆସିଲା । ଦିଲ୍ଲୀରେ ବି ପହଞ୍ଚିଲା । ଏବେ ଏହି ଭାଇରସ୍ ଆମ ଘର ପାଖରେ ପହଞ୍ଛିଛି । ଆମ ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ, ଆମର ଦାୟିତ୍ବ ହେଉଛି ଆମେ ଏହି ଭାଇରସ୍କୁ ଘରେ ପଶିବାକୁ ଦେବା ନାହିଁ । ସେଥିପାଇଁ ଏ Lockdown ।
ଗତ କୋଡିଏ ବର୍ଷର ସେବା ମଧ୍ୟରେ ମୁଁ ମୋର ପ୍ରିୟ ଓଡିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି । ଆପଣମାନେ ମୋର ସବୁ ଅନୁରୋଧକୁ ପାଳନ କରିଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ।
ଆଜି ମୁଁ ଯେଉଁ ଅନୁରୋଧ ରଖୁଛି, ତାହା ହେଉଛି ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ।
ଆଜି ମୁଁ ଆପଣଙ୍କ ନିକଟରେ ‘ମୋ ଜୀବନ’ କାର୍ୟ୍ୟକ୍ରମ ରଖୁଛି । ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା, ଆପଣଙ୍କ ହାତରେ । Corona Virus ଆପଣଙ୍କ ଘରକୁ ଆସିବା, ନ ଆସିବା, ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ଆପଣ ସାବଧାନ ରହିଲେ ଏହା ଆପଣଙ୍କ ଘର ଭିରରକୁ ପଶି ପାରିବ ନାହିଁ ।
‘ମୋ ଜୀବନ’ କାର୍ୟ୍ୟକ୍ରମରେ, ଆପଣମାନେ ପ୍ରତିଦିନ ଏହି ଶପଥ ପାଠ କରନ୍ତୁ । ‘ମୁଁ ମୋର ପିଲାଛୁଆ, ବାପା, ମା’ଙ୍କ ନାମରେ ଶପଥ କରି କହୁଅଛି ଯେ, ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବି ନାହିଁ । ବାହାରକୁ ଗଲେ, କରୋନା ଭାଇରସ୍ ମୋ ସାଥିରେ ମୋ ଘରକୁ ଆସିପାରେ । ମୋ ପରିବାରର କ୍ଷତି କରିପାରେ । ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ । ଯଦି ଜରୁରୀ କାମରେ ବାହାରକୁ ଯିବି, ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ second ପର୍ୟ୍ୟନ୍ତ ହାତ ଧୋଇ ଘରକୁ ପଶିବି । କରୋନା ଭାଇରସ୍କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ, କି ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ ’ା
ଏହି ଶପଥକୁ ଆପଣ ପରିବାର ସହ ପାଠ କରନ୍ତୁ । ନିଜ ଘରର ପ୍ରବେଶ ପଥରେ ଏହାକୁ ଲଗାନ୍ତୁ ଏବଂ Video କରି Social Mediaରେ ମୋ ପାଖକୁ ପଠାନ୍ତୁ ।
ମୋର ପ୍ରିୟ ଓଡିଶାବାସୀ, ଆପଣମାନେ ମୋର ଏହି ଅନୁରୋଧ ରଖନ୍ତୁ । ଘରେ ରୁହନ୍ତୁ । ପରିବାରକୁ ବଞ୍ଚାନ୍ତୁ । ଆପଣଙ୍କୁ ବହୁତ ବହୁତ ଅନୁରୋଧ ।