Odia News Portal

କାହିଁକି ହୋଲି ଦିନ ଯୁବକ ଓ ଯୁବତୀ ଫେରାର ହୋଇଥାନ୍ତି

ଆଜି ସମଗ୍ର ଦେଶରେ ରଙ୍ଗର ପର୍ବ ‘ହୋଲି’ ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରରେ ହୋଲିକୁ ପାଳନ କରିଥାନ୍ତି। କିନ୍ତୁ ଏମିତି ଏକ ପରମ୍ପରା ରହିଛି, ଯେଉଁଠି ହୋଲିଦିନ ଯୁବକ ଯୁବତୀ ଫେରାର ହୋଇ ବିବାହ କରନ୍ତି।

ମଧ୍ୟପ୍ରଦେଶର ଭୀଲ ନାମକ ଜନଜାତି ବସବାସ କରନ୍ତି। ଏହି ଜନଜାତିରେ ହୋଲିକୁ ଏକ ସ୍ୱତନ୍ତ୍ର ଭାବେ ପାଳନ କରାଯାଏ। ଏଠାରେ ହୋଲିଦିନ ଗାଁରେ ଏକ ମେଳା ଆୟୋଜନ କରାଯାଏ। ଯାହାକୁ ଲୋକ ହାଟ ବୋଲି କହନ୍ତି। ଏହି ହାଟରେ ଗାଁର ଯୁବକ ନିଜର ଜୀବନସାଥି ଖୋଜିଥାନ୍ତି। ଯଦି ଏହି ମେଳାରେ କୌଣସି ଯୁବକ ଯୁବତୀକୁ ପସନ୍ଦ କରନ୍ତି ,ତେବେ ତାକୁ ରଙ୍ଗ ଲଗାନ୍ତି। ଓଲଟା ଜବାବରେ ମଧ୍ୟ ଯୁବତୀ ଜଣକ ଯୁବକକୁ ରଙ୍ଗ ଲଗାନ୍ତି। ଦୁହେଁ ରାଜି ହୋଇ ଫେରାର ହେବା ପରେ ବିବାହ କରନ୍ତି।