Odia News Portal

ସମୁଦ୍ର ବେଳାଭୂମିରେ ଗେମ୍‌ ଖେଳିଲେ କ୍ୟାଟ୍ରିନା କୈଫ୍‌

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଏକ ତାଜା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଅକ୍ଷୟ କୁମାର ଓ ରୋହିତ ସେଟ୍ଟୀ ମଧ୍ୟ ନଜର ଆସୁଛନ୍ତି। ଏହି ୩ଜଣ ଆଗାମୀ ଫିଲ୍ମ ‘ସୂଯ୍ୟର୍ବଂଶୀ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲର ରିଲିଜ୍‌ ପରେ ଦର୍ଶକମାନେ ଫିଲ୍ମକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ତେବେ ଭାଇରାଲ ଭିଡିଓରେ କ୍ୟାଟ୍ରିନା ମଜାଦାର ଏବଂ ବିନ୍ଦାସ୍‌ ଅନ୍ଦାଜରେ ସମୁଦ୍ର ବେଳାଭୂମିରେ ଗେମ୍‌ ଖେଳୁଥିବାର ନଜର ଆସୁଛନ୍ତି। ଏହି ମଉକାରେ ତାଙ୍କ ସହିତ ଅକ୍ଷୟ ଏବଂ ‘ସୂଯ୍ୟର୍ବଂଶୀ’ର ନିର୍ଦ୍ଦେଶକ ରୋହିତ ଉପସ୍ଥିତ ଅଛନ୍ତି। ଭିଡିଓକୁ ୨୨ ଘଣ୍ଟାରେ ୩୬ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି।

ଭିଡିଓକୁ କ୍ୟାଟ୍ରିନା ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହାସହ ସେ କ୍ୟାପସନ ଲେଖିଛନ୍ତି ଯେ ‘ଆଜିର ଦିନର ଖେଳ ଶେଷ’!