Odia News Portal

କରୋନା ପାଇଁ facebookର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ()  କରୋନା ପାଇଁ ରାଜ୍ୟ,ଦେଶ ଓ ବିଶ୍ୱରେ ସମସ୍ତେ ଚିନ୍ତାରେ ରହିଥିବା ବେଳେ ସର୍ବବୃହତ୍ତ ସୋସିଆଲ ମିଡିଆ ସାଇଟ୍ ଫେସ୍ ବୁକ୍ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି।ଫେସବୁକ୍ ତାର ୩ଟି ଦପ୍ତରକୁ ଇତିମଧ୍ୟରେ ବନ୍ଦ କରିଥିବା ବେଳେ ଶହ ଶହ କର୍ମଚାରୀଙ୍କୁ ଛୁଟିରେ ଘରକୁ ପଠେଇ ଦେଇଛି। କର୍ମଚାରୀମାନଙ୍କୁ ଅଫିସ ନ ଆସି ଘରେ ରହି କାମ କରିବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ facebookର ଲଣ୍ଡନ ଫ୍ରିଟଜୋଭିଆସ୍ଥିତ କାର୍ୟ୍ୟାଳୟ ବନ୍ଦ ହୋଇଯାଇଛି। ଏଠାରେ କାର୍ୟ୍ୟ କରୁଥିବା ଜନୈକ କର୍ମଚାରୀ ନିକଟରେ ସିଙ୍ଗାପୁରରୁ ଫେରିଥିଲେ। ସେ୨୪ରୁ ୨୬ ଫେବୃଆରୀ ପର୍ୟ୍ୟନ୍ତ କାର୍ୟ୍ୟାଳୟରେ କାମ କରିବା ପରେ କରୋନା ସଂକ୍ରମିତ ହୋଇଥିଲେ। ଏହି ଘଟଣା ପରେ facebook ଲଣ୍ଡନ କାର୍ୟ୍ୟାଳୟକୁ ବନ୍ଦ କରିଦେଇଛନ୍ତି। ଫଳରେ ୩ ହଜାର କର୍ମଚାରୀଙ୍କୁ ଛୁଟି ଦିଆଯାଇଥିବା ବେଳେ ସେମାନେ ଘରୁ କାମ କରିବେ ବୋଲି ଫେସ୍ ବୁକ୍ ପକ୍ଷରୁ କୁହାଯାଇଛି।

କେବଳ facebook ନୁହେଁ ଆମେରିକା ସିଏଟଲରେ ଥିବା ଆମାଜନ ଓ ଗୁଗଲ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରିଦେଇଛନ୍ତି।